27.1 C
Bhubaneswar
Tuesday, May 12, 2026
Homeଓଡିଶାବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲର ପ୍ରାର୍ଥନା

ବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲର ପ୍ରାର୍ଥନା

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ବଳଙ୍ଗା ନାବାଳିକା ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଶଙ୍ଖ ଭବନଠାରେ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାର୍ଥନା ସଭାରେ ବାଲେଶ୍ୱର ଏଫ୍ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀର ଆତ୍ମାର ସଦ୍ଗତି କାମନା କରାଯିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଥିଲା । ସଂଖ୍ୟାଲଘୁ ସେଲ୍ ସହସଂଯୋଜକ ରିଜୁୱାନ ବେଗମଙ୍କ ଆବାହକତ୍ୱରେ ଏହି ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଦଳର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଶ୍ରୀଯୁକ୍ତ ସଂଜୟ ଦାସ ବର୍ମା, ଶ୍ରୀଯୁକ୍ତ ସୁଶାନ୍ତ ରାଉତ, ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ମଂଜୁଲତା କହଁର, ଶ୍ରୀଯୁକ୍ତ ମନ୍ମଥ ରାଉତରାୟ, ଡ. ଲେନିନ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ଶ୍ରୀଯୁକ୍ତ ତୁମ୍ବନାଥ ପଣ୍ଡା, ଶ୍ରୀଯୁକ୍ତ ବିଜୟ ନାୟକ, ଶ୍ରୀଯୁକ୍ତ ସୁବ୍ରତ ଛାଟୋଇ, କସ୍ତୁରୀ ମହାପାତ୍ର, ମୋନାଲିସା ବେହେରା, ମିହିର କୁମାର ରାଉତ, ପ୍ରସନ୍ନ ସାହୁ, ଚଗଲା ଜେନା, ବାସନ୍ତୀ ସିଂ, ସୁମିତ୍ରା ଜେନା, ସୋଫିଆ ଆଲାମ, ବନଜା ମହାନ୍ତି, ଇଲା ସ୍ୱାଇଁ ପ୍ରମୁଖ ରହିଥିଲେ । ସେହିପରି ସଂଖ୍ୟାଲଘୁ ସଂପ୍ରଦାୟର ଶେଖ ନିଜାମୁଦ୍ଦିନ, ଶକିରୁଲ ରେହମାନ, ମୁଶ୍ରରତ ଖାନ, ମହମ୍ମଦ ମୁବୀନ, ଶେକ୍ ଜଲାଲ, ଶେକ୍ ସବୀର ଅଲ୍ଲୀ, ଜାକିର ଖାନ, ହାଜୀ ସଦୁରୁଲ୍ଲା, ପୀର ମହମ୍ମଦ କଲୀମ, ମେହବୁମ ବେଗ୍ ଓ ଅବୁଲ ଖାୟର ପ୍ରମୁଖ ଯୋଗ ଦେଇ ପୀଡିତାଙ୍କ ଆଶୁ ଆରୋଗ୍ୟ କାମନା ସହ ପରିବାରକୁ ଏହି କଠିନ ସମୟର ସମ୍ମୁଖୀନ ହେବା ପାଇଁ ଶକ୍ତି ଓ ସାହାସ ପ୍ରଦାନ ନିମନ୍ତେ ପ୍ରାର୍ଥନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking