37.1 C
Bhubaneswar
Sunday, April 28, 2024
Homeଓଡିଶାବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ

ବିଜେଡିର ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଆରମ୍ଭ

ଭୁବନେଶ୍ୱର: ସବୁ ବର୍ଷ ପରି ଏ ବର୍ଷ ବି ବିଜେଡିର ଜନସମ୍ପର୍କ ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ। ଏନେଇ ଆଜି ହେଉଛି ପ୍ରସ୍ତୁତି ବୈଠକ । ବୈଠକକୁ ସମସ୍ତଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ମନ୍ତ୍ରୀ ସାଂସଦ ବିଧାୟକ ମହିଳା ଯୁବ ଛାତ୍ର ଏକାଠି ହୋଇଛନ୍ତି । ପଦଯାତ୍ରାକୁ ସଫଳ କରିବାକୁ ଆଜିର ବୈଠକରେ ଯୋଜନା ତିଆରି କରାଯିବ।

ବିଜେଡି ସବୁବେଳେ ଲୋକମାନଙ୍କ ପାଇଁ କାମ କରୁଛି ଓ ଲୋକଙ୍କ ସହିତ ଅଛି । ସରକାରଙ୍କ ବିକାଶ ଓ ଜଣକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଯେପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ସେ ଦିଗରେ କାମ ଜାରି ରଖିବାକୁ ଆହ୍ୱାନ ଦେଇଛନ୍ତି ନବୀନ । ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ମଧ୍ୟ ଗୁରୁତ୍ୱପୁର୍ଣ ଭୂମିକା ରହିଥିଲା। ପଦଯାତ୍ରା ସମୟରେ ଏ ଦିଗରେ ଗୁରୁତ୍ୱପୁର୍ଣ ଫୋକସ କରିବା ଦରକାର ବୋଲି ନବୀନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking