37.4 C
Bhubaneswar
Saturday, June 13, 2026
Homeଦେଶ ବିଦେଶନାଦିର ଶାହାଙ୍କ ହତ୍ୟାକୁ ନେଇ ବଡ ଖୁଲାସା

ନାଦିର ଶାହାଙ୍କ ହତ୍ୟାକୁ ନେଇ ବଡ ଖୁଲାସା

ନୂଆଦିଲ୍ଲୀ : ଦିଲ୍ଲୀର ଜିମ୍ ମାଲିକ ନାଦିର ଶାହାଙ୍କ ହତ୍ୟାକୁ ନେଇ ଏକ ବଡ ଖୁଲାସା ହୋଇଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସାବରମତି ଜେଲରେ ବସି ନାଦିର ଶାହାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା। ଦିଲ୍ଲୀ ପୁଲିସର ଚାର୍ଜସିଟରେ ଏହା ପ୍ରକାଶ ପାଇଛି ବାସ୍ତବରେ, ଡିସେମ୍ବର ୧୨ରେ ପଟିଆଲା ହାଉସ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଲରେନ୍ସ ବିଷ୍ଣୋଇ, ହାସିମ ବାବା, ରଣଦୀପ ମଲିକଙ୍କ ସମେତ ୧୪ ଅଭିଯୁକ୍ତଙ୍କ ବିରୋଧରେ ଏହି ଚାର୍ଜସିଟ ଦାଖଲ କରାଯାଇଥିଲା। ଲରେନ୍ସ ସାବରମତି ଜେଲରୁ ଏକ ଭିଡିଓ କଲ କରି ତିହାର ଜେଲରେ ରହୁଥିବା ଗ୍ୟାଙ୍ଗଷ୍ଟର ହାସିମ ବାବାଙ୍କ ସହ କଥା ହୋଇଥିଲା। ଦିଲ୍ଲୀ ପୋଲିସର ପଚରାଉଚରା ବେଳେ ହାସିମ ବାବା ଏହି ସୂଚନା ଦେଇଛି । ସୂଚନାନୁସାରେ, ପୁଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ଲରେନ୍ସ ସାବରମତି ଜେଲରୁ ଏକ ଭିଡିଓ କଲ କରି ତିହାର ଜେଲରେ ଥିବା ଗ୍ୟାଙ୍ଗଷ୍ଟର ହାସିମ ବାବାଙ୍କ ସହ କଥା ହୋଇଥିଲା। ଦିଲ୍ଲୀ ପୁଲିସର ପଚରାଉଚରା ବେଳେ ହାସିମ ବାବା ଏହି ସୂଚନା ଦେଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking