40.1 C
Bhubaneswar
Saturday, April 27, 2024
Homeଓଡିଶାବଡ଼ ଖବର: ପଦ୍ମ ଧରିଲେ ଭର୍ତ୍ତୃହରି

ବଡ଼ ଖବର: ପଦ୍ମ ଧରିଲେ ଭର୍ତ୍ତୃହରି

ଭୁବନେଶ୍ୱର: ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଶେଷରେ ପଦ୍ମ ଧରିଛନ୍ତି ନିକଟରେ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ । ଦିଲ୍ଲୀସ୍ଥିତ ବିଜେପିର ମୁଖ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ମହତାବ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖଙ୍କ ସମେତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

ପ୍ରକାଶ ଯେ ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ । ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଥିଲେ । ବିଜେଡିରୁ ଇସ୍ତଫା ଦେବା ପରେ ସେ କହିଥିଲେ ୧୭ତମ ଲୋକସଭାର କାର୍ୟ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍‌ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ୟ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ୟ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking