34.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗକୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ

କୋଭାକ୍ସିନ ୮୧ ପ୍ରତିଶତ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଭାରତ ବାୟୋଟେକ ତୃତୀୟ ପର୍ଯ୍ୟାୟ ତଥ୍ୟ ଜାରି କରିଛି । କମ୍ପାନୀ ୮୧ ପ୍ରତିଶତ ପ୍ରଭାବଶାଳୀ ଥିବା ନେଇ ଦାବି କରିଛି । କମ୍ପାନୀ କହିବା ମୁତାବକ, ୨୫୮୦୦ ଅଂଶଗ୍ରହଣକାରୀଙ୍କୁ ତୃତୀୟ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ୪୩ କେସର ଅନ୍ତରୀଣ ଡାଟାରେ ଦେଖିବାକୁ ମିଳିଲା ଯେ, ୩୬ କେସରେ କୋଭାକ୍ସିନ, ୭ଟି କେସରେ ପ୍ଲେସିବୋ ମିଳିଥିଲା । ତଥ୍ୟ ଦେଖିବା ପରେ ଏହା ମିଳିଲା ଯେ, କରୋନାକୁ କାବୁ କରିବାରେ କୋଭାକ୍ସିନ ୮୦.୬ ପ୍ରତିଶତ ପ୍ରଭାବଶାଳୀ । ହାଇଦ୍ରାବାଦସ୍ଥିତ ପ୍ରସିଦ୍ଧ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ କହିଛି, କରୋନା ଭାଇରସ ଟିକାର ପ୍ରଥମ ଡୋଜ୍ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଦାହରଣ ପ୍ରସ୍ତୁତ କରିଛନ୍ତି ଏବଂ ତାଙ୍କର ଏହି ପଦକ୍ଷେପ ଦ୍ୱାରା ମହାମାରୀ ବିରୋଧରେ ଚାଲୁଥିବା ଟିକାକରଣ ଅଭିଯାନକୁ ଆହୁରି ପ୍ରୋତ୍ସାହନ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking