39.4 C
Bhubaneswar
Thursday, April 18, 2024
Homeଓଡିଶାବିଦ୍ୟାଳୟରେ ପୋଷାକ ବିତରଣ

ବିଦ୍ୟାଳୟରେ ପୋଷାକ ବିତରଣ

ରାଉରକେଲା :  ଲାଠିକଟା ବ୍ଲକ ଅନ୍ତର୍ଗତ ଅଟାଘାଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୋଷାକ ବଂଟନ କରା ଯାଇଥିଲା । ଉକ୍ତ ପୋଷାକ ବିତରଣ ଉତ୍ସବରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଦନ ମୋହନ ପରିଡ଼ା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବାନ ଉପଦେଶ ମାନ ଦେଇଥିଲେ । ବିଦ୍ୟାଳୟର ୧୩୦ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା, ମୌଜା ଓ ସ୍ୱେଟର ବିତରଣ କରାଯାଇଥିଲା । ଏହି ବିତରଣ ଉତ୍ସବରେ ବିଦ୍ୟାଳୟର ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା କର, କୁସୁମ କୁମାରୀ ସାହୁ, ପୁଷ୍ପଲତା ମାହାନ୍ତ, ଗଙ୍ଗାଧର ନାୟକ, କାମିନୀ ଭଂଜ ଓ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦଶରଥ ଭୂମିଜ ଏବଂ ଅନ୍ୟ ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ ।

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking