29.1 C
Bhubaneswar
Wednesday, March 19, 2025
Homeଓଡିଶାଭକ୍ତ ଦାସ କଂଗ୍ରେସର ନୂଆ ପିସିସି ସଭାପତି

ଭକ୍ତ ଦାସ କଂଗ୍ରେସର ନୂଆ ପିସିସି ସଭାପତି

ଭୁବନେଶ୍ୱର : ଶେଷ ହେଲା ସବୁ ପ୍ରତୀକ୍ଷାର ଅନ୍ତ । ରାଜ୍ୟ କଂଗ୍ରେସକୁ ମିଳିଲା ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ।

ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ, କଂଗ୍ରେସର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲେ ହାଇକମାଣ୍ଡ । ଏହାପରେ ପିସିସି ସଭାପତି ପଦରୁ ହଟିଥିଲେ ଶରତ ପଟ୍ଟନାୟକ । ଏହାପରେ ଦୀର୍ଘ ଦିନ ବିତିଯାଇଥିଲେ ବି, କଂଗ୍ରେସ ନିଜର ମୁଖିଆ ବାଛିପାରିନଥିଲା । ଖାସ୍ କରି କିଏ କଂଗ୍ରେସର ନୂଆ ଓଡ଼ିଶା ମୁଖିଆ ହେବ, ତାକୁ ନେଇ ଚର୍ଚ୍ଚା ବଢିଥିଲା। ଆଉ ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି କଂଗ୍ରେସର ହାଇକମାଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking