29.1 C
Bhubaneswar
Sunday, May 19, 2024
Homeସ୍ୱାସ୍ଥ୍ୟସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆଳୁ ଚୋପା

ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଆଳୁ ଚୋପା

ଭୁବନେଶ୍ୱର: ଯେତେବେଳେ ଦୁନିଆରେ ସବୁଠୁ ଲୋକପ୍ରିୟ ପରିବା କଥା ଆସେ, ହୁଏତ ଅଧିକାଂଶ ଲୋକଙ୍କ ଉତ୍ତର ଆଳୁ ହୋଇଥାଏ । ସବୁ ପରିବା ସହ ଆଳୁର କମ୍ବିନେସନ ଖାସ ହୋଇଥାଏ । ସାଧାରଣ ଭାବରେ ଆମେ ଯେତେବେଳେ ଆଳୁ ବ୍ୟବହାର କରୁ, ପ୍ରଥମେ ଆଳୁର ଚୋପା ଛଡାଇ ପରେ ତାକୁ ଖାଦ୍ୟରେ ବ୍ୟବହାର କରୁ । ହେଲେ ଡଷ୍ଟବିନରେ ଆଳୁ ଚୋପା ପକାଇବା ପୂର୍ବରୁ ଥରେ ଭାବନ୍ତୁ । ଏହା କଣ ଉପକାର କରେ ? ଆମେ ଆଜି ଆପଣଙ୍କୁ ଆଳୁ ଚୋପାର ଉପକାରିତା ସଂପର୍କରେ କହିବାକୁ ଯାଉଛୁ ।
ଆଳୁରେ ଅତିମାତ୍ରାରେ ପ୍ରୋଟିନ, କାର୍ବୋହାଇଡ୍ରେଟସ, ପୋଟାସିୟମ, ଭିଟାମିନ ସି, ଭିଟାମିନ ବି ୬ ଓ ଥିୟାମିନ ଭଳି ପୋଷକତତ୍ୱ ଭରି ରହିଥାଏ । ହେଲେ ଏହି ସବୁ ପୋଷକ ତତ୍ୱ ଆଳୁ ଅପେକ୍ଷା ତା ଚୋପାରେ ରହିଥାଏ । ସେଥିପାଇଁ ଆଳୁର ଚୋପା ଛଡାଇ ରାନ୍ଧିବା ପରିବର୍ତେ ଚୋପା ସହ ରାନ୍ଧିବା ଦରକାର ।
ଯେତେବେଳେ ଆପଣ ଆଳୁ ଚୋପା ଛଡାଇ ଆଳୁ ଖାଉଛନ୍ତି, ସେହି ସମୟରେ ଆଳୁର କମ୍ପେ୍ଲକ୍ସ କାର୍ବୋହାଇଡ୍ରେଟ ସୁଗାରରେ ପରିଣତ ହୋଇଥାଏ । ପରେ ଖାଇବା ପରେ ବ୍ଲଡ ଗ୍ଲୁକୋଜ ସ୍ତର ବୃଦ୍ଧି ହୋଇଥାଏ । ହେଲେ ଚୋପା ସହ ଆଳୁ ଖାଇବା ଦ୍ୱାରା ଶରୀରକୁ ଏକ୍ସଟ୍ରା ଫାଇବର ମିଳିଥାଏ, ଯାହାଦ୍ୱାରା ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।
ଆଳୁ ଚୋପା ପୋଟାସିୟମର ଏକ ଉତ୍ତମ ଉତ୍ସ ଅଟେ । ଅଧିକମାତ୍ରାରେ ପୋଟାସିୟମ ଖାଇବା ଦ୍ୱାରା ଶରୀରରେ ସୋଡିୟମ ମାତ୍ରା କମ୍ ରହିଥାଏ । ଫଳରେ ରକ୍ତଚାପ ନିୟନ୍ତ୍ରଣ ହେବା ସହ ଏହାକୁ ରେଗୁଲେଟ କରିବାରେ ମଧ୍ୟ ସହାୟକ ହୋଇଥାଏ । ସେଥିପାଇଁ ରକ୍ତଚାପ ରୋଗୀ ଆଳୁ ଚୋପା ସହ ଆଳୁ ଖାଇବା ଦରକାର ।
ଯଦି ଜଣେ ବ୍ୟକ୍ତି ଶରୀରରେ ରକ୍ତର ମାତ୍ରା କମ୍ ରହିଛି କିମ୍ବା ସେ ଏନିମିଆ ରୋଗରେ ପୀଡିତ, ତେବେ ତାଙ୍କୁ ଅନ୍ୟ ପନିପରିବା ସହ ଆଳୁ ଚୋପା ମିଶା ଆଳୁ ଖାଇବା ଦରକାର । ଆଳୁ ଚୋପାରେ ଆଇରନ ରହିଥାଏ , ଯାହା ଲାଲ ରକ୍ତ କୋଶିକାକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରିଥାଏ ।
ଆଳୁ ଚୋପା ସାହାଯ୍ୟରେ ଆଖିତଳ କଳାପଡୁଥିବା ସ୍ଥାନ ମଧ୍ୟ ଭଲ ହୋଇଥାଏ । ଏହାଛଡା ଯଦି, ସ୍କିନ ତେଲିଆ, ଆକନେ ଓ ବ୍ଲାକହେଡସ ସମସ୍ୟା ରହିଛି, ତେବେ ଆଳୁ ଚୋପା ହିଁ ଏହାର ସମାଧାନ କରିଥାଏ । ଆଳୁ ଚୋପା ବାଟି ତାର ଜୁସ ସ୍କାଫରେ ଲଗାଇବା ଦ୍ୱାରା କେଶ ବଢିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking