28.1 C
Bhubaneswar
Friday, April 26, 2024
Homeଓଡିଶାନାଲି ଚା’ ପିଇବା ଦ୍ୱାରା ମିଳିଥାଏ ଏହି ସବୁ ଉପକାରିତା

ନାଲି ଚା’ ପିଇବା ଦ୍ୱାରା ମିଳିଥାଏ ଏହି ସବୁ ଉପକାରିତା

ଭୁବନେଶ୍ୱର : ଚା ଟିକିଏ ପି ଦେବା ପରେ କିଛି ଲୋକଙ୍କର ଦୈନଦିନ ଜୀବନରେ ସ୍ପୃହତା ଆସିଯାଇଥାଏ ଆଉ କାହାର ମଧ୍ୟ ଚା ପିଇବା ଏକ ଦୈନଦିନ ଅଭ୍ୟାସ ଅଟେ । କରୋନା ମହାମାରୀ ଏବେ ଚାରିଆଡେ ତାର କାୟା ବିସ୍ତାର କରିଚାଲିଛି ଏହି ସମୟରେ ସମସ୍ତେ ରୋଗ ପ୍ରତିରୋଧକ ଶକ୍ତି ବଢେଇବାକୁ ଲାଗି ପଡିଛନ୍ତି । ଆମମାନଙ୍କ ଭିତରୁ ଅନେକ ଲୋକ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଏମାନଙ୍କ ଭିତରୁ କେତେକ କ୍ଷୀର ମିଶା ଚା’ ପିଇଥାନ୍ତି ତ ପୁଣି ନାଲି ଚା ପିଇବାକୁ ପସନ୍ଦ କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ନାଲି ଚା’ ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

ପ୍ରଥମ କଥା ହେଲା ପ୍ରତିଦିନ ନାଲି ଚା’ ପିଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ପରିମାଣ ସନ୍ତୁଳିତ ରହିଥାଏ । ଏହାଛଡ଼ା ନାଲି ଚା’ ପିଇଲେ ବ୍ଲଡ଼ ସୁଗାର ବି ନିୟନ୍ତ୍ରଣରେ ରହିଥାଏ । ସାଧାରଣ ବ୍ୟକ୍ତି ହୁଅନ୍ତୁ କିମ୍ବା ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ହୁଅନ୍ତୁ, ନାଲି ଚା’ ସେବନ ଦ୍ୱାରା ଏହି ଲାଭ ପାଇପାରିବେ । ନାଲି ଚା’ ଡାଇବେଟିସକୁ ନିୟନ୍ତ୍ରିତ କରି ରଖିଥାଏ । ଏହାର କାରଣ ହେଲା ନାଲି ଚା’ରେ ପଲିଫେନଲ ଓ ଆଣ୍ଟିଅକ୍ସିଡେଣ୍ଟ ଟାଇପ ୨ ରହିଥାଏ । ତାହା ଶରୀରରେ ଡାଇବେଟିସ ସହ କର୍କଟ ଭଳି ଘାତକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

ନାଲି ଚା’ରେ ଫ୍ଲୋରାଇଡ଼ର ମାତ୍ରା ମଧ୍ୟ ରହିଥାଏ । ଏହା ଆମ ଶରୀରର ହାଡ଼ଗୁଡ଼ିକୁ ମଧ୍ୟ ଶକ୍ତ କରିଥାଏ । ମନେ ରଖନ୍ତୁ, ନାଲି ଚା’ରେ ଅଦା ଓ ଗୋଲମରିଚ ଗୁଣ୍ଡ ମିଶାଇ ପିଇବା ଭଲ। ଆଉ ଏକ ବଡ଼ କଥା ହେଲା ଯେ ଏହା ରୋଗ ପ୍ରତିରୋଧକ ଶକ୍ତି ବି ବଢାଇଥାଏ। ଏଣୁ ନାଲି ଚା’ ପିଇଲେ ଶରୀରର ନାନାବିଧ ଉପକାର ହୋଇଥାଏ, ଏହାକୁ ଅସ୍ବୀକାର କରି ହେବନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking