ରାୟଗଡା :ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ବିପ୍ଲବୀ ନେତା ନାଗ ଭୂଷଣ ପଟନାୟକ ଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ଶୋଭା ଯାତ୍ରା ନୂତନ ବସଷ୍ଟାଣ୍ଡ ରୁ ବାହାରି ବାଇପାସ ଠାରେ ଥିବା ବିପ୍ଲବୀ ନେତା ନାଗ ଭୂଷଣ ଙ୍କ ପ୍ରତିମୂର୍ତ୍ତି ଠାରେ ପହଁଚି ସେଠାରେ ଥିବା ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସିପିଆଇଏମଏଲ ଓ ମୋଟର କର୍ମଚାରୀ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସିପିଆଇଏମଏଲ ର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ , ମୋଟର କର୍ମଚାରୀ ସଂଘ ସଭାପତି ଫଣି ଭୂଷଣ ପଟ୍ଟନାୟକ ସମେତ ଅନ୍ୟାନ୍ୟ ଉପସ୍ଥିତ ଥିଲେ ।