ଇଂରାଜୀ ବିଭାଗରେ ୱେବିନାର

*

ରାୟଗଡ : ଗୁଣପୁର ମହାବିଦ୍ୟାଳୟ ଇଂରାଜୀ ବିଭାଗ ପକ୍ଷରୁ ତା.10.10.2020 ରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ୱେବିନାରକୁ ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚଶିକ୍ଷା ବିଭାଗ, ଜୟପୁର ପ୍ରଫେସର ତ୍ରିନାଥ ପ୍ରସାଦ ରଥ ଉଦ୍ଘାଟନ କରିଥିଲେ । ଏଥିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ବର ଇଂରାଜୀ ବିଭାଗର ପ୍ରଫେସର ମଧୁସ୍ମିତା ପତି ମୁଖ୍ୟବକ୍ତା ଭାବରେ ଅଂଶଗ୍ରହଣ କରି *ଭାରତରେ ନାରୀବାଦ ଏବଂ ଲିଙ୍ଗର ଇତିହାସ* ସଂପର୍କରେ ଆଲୋକପାତ କରିଥିଲେ । ଏହା ସହିତ ନାରୀର ବ୍ୟକ୍ତିଗତ ସ୍ବାଧୀନତା ଏବଂ ଅଧିକାର ତଥା ସମାଜ ପ୍ରତି ନାରୀର କର୍ତ୍ତବ୍ୟବୋଧ ଓ ତାହାର ତ୍ଯାଗପୂତ ଜୀବନର ଗାଥା ମଧ୍ୟ ଶୁଣାଇଥିଲେ । ଏଥିରେ ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଏବ୍ରି ରଇତ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ । ଅଧ୍ୟାପକ ଡୋଳାମଣି କୁମ୍ଭାର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଦେବୀଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଶ୍ଯାମସୁନ୍ଦର ମହନ୍ତ ୱେବିନାରକୁ ସଂଚାଳନ କରିଥିଲେ । ଏଥିରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କ ସମେତ ଆଇକ୍ଯୁଏସି ସଂଯୋଜକ ଅଧ୍ୟାପକ ଅମୀୟ ରଞ୍ଜନ ମହାନ୍ତି, ଅଧ୍ୟାପକ ଶଶିଭୂଷଣ ମହାନ୍ତି, ଅଧ୍ୟାପକ ରାମଚନ୍ଦ୍ର ପଣ୍ଡା, ଅଧ୍ୟାପକ ଜଗନ୍ନାଥ ଦୀପ୍, ଅଧ୍ୟାପିକା ପୁଷ୍ପାଞ୍ଜଳୀ ସାହୁ , ଅଧ୍ୟାପକ ଗୋକୁଳାନନ୍ଦ ସାହୁ ପ୍ରମୁଖ ଅଂଶଗ୍ରହଣ କରି ଏହି ୱେବିନାରକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here