35.1 C
Bhubaneswar
Friday, May 10, 2024
Homeଅପରାଧପୂର୍ବଶତ୍ରୁତା ଓ ଗୁଣି ଗାରେଡ଼ି ସନ୍ଦେହରେ ପିଟିପିଟି ହତ୍ୟା

ପୂର୍ବଶତ୍ରୁତା ଓ ଗୁଣି ଗାରେଡ଼ି ସନ୍ଦେହରେ ପିଟିପିଟି ହତ୍ୟା

ପଟ୍ଟାମୁଣ୍ଡାଇ: ପୂର୍ବ ଶତ୍ରୁତା ଓ ଗୁଣିଗାରେଡ଼ି ସନ୍ଦେହରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହରନବାବି- ବନ୍ତପାଟଣା ଗ୍ରାମରେ ପୂର୍ବଶତ୍ରୁତା ଓ ଗୁଣିଗାରେଡ଼ି ସନ୍ଦେହରେ ଏକ ଅଘଟଣ ଘଟିଯାଇଛି । ଗ୍ରାମର ମଣିଚରଣ ସାହୁ (୫୫) ଗୁଣିଗାରେଡ଼ି କରନ୍ତି ବୋଲି ଅଭିଯୋଗ ଆସିଛି । ଗୁଣି ଗାରେଡିକୁ ନେଇ ତାଙ୍କର କିଛି ଲୋକଙ୍କ ସହିତ ଶତ୍ରୁତା ଥିଲା । ଏହି ଘଟଣାକୁ ନେଇ ସାହିପଡ଼ିଶା ଅସନ୍ତୋଷ ପ୍ରକାଶ କରିଆସୁଥିଲେ । ତେବେ ମଣିଚରଣ ଏହାକୁ ଭ୍ରୁକ୍ଷେପ କରିନଥିଲେ । ଏ ନେଇ କିଛି ଲୋକଙ୍କ ସହିତ ମଣିଚରଣଙ୍କ ଦୀର୍ଘ ଦିନ ହେବ ଶତ୍ରୁତା ଥିଲା । ଗୁଣିଗାରେଡ଼ିକୁ ନେଇ ମନ ଭିତରେ କୁହୁଳୁଥିବା ସନ୍ଦେହର ନିଆଁ ଉଗ୍ରରୂପ ଧାରଣ କରିଥିଲା ।

ଫଳରେ ଗତ ୨୩ ତାରିଖ ବିଳମ୍ବିତ ରାତିରେ ମଣିଚରଣ ସାହୁ ଘରେ ଶୋଇଥିବା ବେଳେ ତାଙ୍କ ପଡ଼ୋଶୀ ଅଜୁ ମହାରଣା, ଦୁଇପୁଅ ବିପିନି ମହାରଣା ଓ ଗୁନୁଆ ମହାରଣା ମିଶି କବାଟ ଭାଙ୍ଗି ଘରେ ପଶିଥିଲେ । ଏହା ପରେ ଏକ ଶାବଳ ଓ ଠେଙ୍ଗାରେ ଏମାନେ ମଣିଚରଣଙ୍କୁ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚାଲିଯାଇଥିଲେ । ତେବେ ଆକ୍ରମଣରେ ଗୁରୁତର ମଣିଚରଣଙ୍କୁ ପରିବାର ଲୋକେ ପ୍ରାଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନେଇଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଣିଚରଣଙ୍କ ମୃତ୍ୟୁ ଘଟିଛି । ପୂର୍ବଶତ୍ରୁତା ଓ ଗୁଣି ଗାରେଡି ସନ୍ଦେହରେ ମଣିଚରଣଙ୍କୁ ପିଟିପିଟି ମାରି ଦିଆଯାଇଥିବା ନେଇ ମା’ ଲଷ୍ମୀପ୍ରିୟା ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଇଆଇସି ବାମଦେବ ନନ୍ଦଙ୍କ ନିର୍ଦ୍ଦେଶରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking