30.1 C
Bhubaneswar
Saturday, April 27, 2024
Homeବିଜିନେସ୍୨୦୨୨-୨୩ ଆର୍ôଥକବର୍ଷ ରିପୋର୍ଟ; ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ୭.୪ କୋଟି

୨୦୨୨-୨୩ ଆର୍ôଥକବର୍ଷ ରିପୋର୍ଟ; ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ୭.୪ କୋଟି

ନୂଆଦିଲ୍ଲୀ : ୨୦୨୨-୨୩ ଆର୍ôଥକବର୍ଷରେ ୭.୪ କୋଟି ବ୍ୟକ୍ତିବିଶେଷ ଓ ସଂସ୍ଥା ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ୫.୧୬ କୋଟି ‘ଜିରୋ ଟ୍ୟାକ୍ସ ଲାଏବିଲିଟୀ’ ଅର୍ଥାତ ଆୟକର ଦେବାକୁ ଯୋଗ୍ୟ ନୁହେଁ ବୋଲି ଘୋଷଣା କରିଛନ୍ତି । ବିଗତ ଆର୍ôଥକବର୍ଷ (୨୦୨୧-୨୨) ତୁଳନାରେ ଏହା ୬.୧୮ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡିଛି । ଅପରପକ୍ଷରେ ୨୦୨୨-୨୩ରେ ପ୍ରତ୍ୟକ୍ଷ ଆୟକର ବାବଦରେ ୧୯.୬୮ ଲକ୍ଷ କୋଟି ଟଙ୍କା ଆଦାୟ ହୋଇଥିବା ସୂଚନା ମିଳିଛି । ପୂର୍ବ ଆର୍ôଥକବର୍ଷ ତୁଳନାରେ ଏହା ୨୦.୩୩ ପ୍ରତିଶତ ଅଧିକ ରହିଛି । ଆୟକର ରିଟର୍ଣ୍ଣ ଦାଖଲକାରୀଙ୍କ ସଂଖ୍ୟା ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଯଥା ଟିଡିଏସ/ଟିସିଏସ୍ ପରିସୀମା ବୃଦ୍ଧି, ବ୍ୟକ୍ତିଗତ ଆୟକର ଦାଖଲ ପ୍ରକ୍ରିୟାର ସରଳୀକରଣ, ଆଗୁଆ ଆଇଟିଆର ଦାଖଲ ସୁବିଧା, ରିଟର୍ଣ୍ଣ ଅପ୍‌ଡେଟ୍ ଇତ୍ୟାଦି ସାମିଲ ଥିବା ଜଣାପଡିଛି । ଆୟକର ରିଟର୍ଣ୍ଣ ଦାଖଲ କରିବାରେ ଜନସଚେତନତା ବୃଦ୍ଧି କରିବାକୁ ମଧ୍ୟ ସରକାର ଅଭିଯାନ ଆରମ୍ଭ କରିଥିବା ନିର୍ମଳା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking