31.1 C
Bhubaneswar
Friday, May 10, 2024
Homeଦେଶ ବିଦେଶହୋଟେଲ ବ୍ୟବସାୟକୁ ଅଲଗା କରିବ ଆଇଟିସି

ହୋଟେଲ ବ୍ୟବସାୟକୁ ଅଲଗା କରିବ ଆଇଟିସି

ବେଙ୍ଗାଲୁରୁ : ଇଣ୍ଡିଆନ ଟବାକୋ କମ୍ପାନୀ (ଆଇଟିସି) ବର୍ତ୍ତମାନ ନିଜର ଔଦ୍ୟୋଗିକ ପରିସୀମାରୁ ହୋଟେଲ ବ୍ୟବସାୟକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛି । ଏକଦା ସିଗାରେଟ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଥିବା ଆଇଟିସି ବର୍ତ୍ତମାନ ହୋଟେଲ/ରିସର୍ଟ, କନ୍‌ଜ୍ୟୁମର ସାମଗ୍ରୀ, ପୋଷାକ, ପେପରବୋର୍ଡ, ପ୍ୟାକେଜିଂ, ଏଗ୍ରିବିଜିନେସ ଓ ଆଇଟି ଭଳି ପ୍ରକଳ୍ପଗୁଡିକୁ ହାତକୁ ନେଇଛି । ବର୍ତ୍ତମାନ ହୋଟେଲ ବ୍ୟବସାୟକୁ ପୃଥକ କରାଯିବାପରେ ସେଗୁଡିକ ଆଇଟିସି ହୋଟେଲ୍‌ସ ଲିମିଟେଡ ନାମରେ ନାମିତ ହେବ ବୋଲି ଜଣାପଡିଛି । ତେବେ ଅଗଷ୍ଟ ୧୪ରେ ଅନୁଷ୍ଠିତ ହେବାକୁ ଥିବା ଆଇଟିସି ପରିଚାଳନା ବୋର୍ଡ ବୈଠକରେ ଅନୁମୋଦିତ ହେବାପରେ ପୃଥକୀକରଣ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking