29.1 C
Bhubaneswar
Sunday, April 28, 2024
Homeବିଜିନେସ୍ଆୟକର ପୈଠ ପାଇଁ ଫୋନ୍‌ପେ’ର ସ୍ୱତନ୍ତ୍ର ଫିଚର

ଆୟକର ପୈଠ ପାଇଁ ଫୋନ୍‌ପେ’ର ସ୍ୱତନ୍ତ୍ର ଫିଚର

ନୂଆଦିଲ୍ଲୀ : ଆୟକର ପୈଠ ପାଇଁ ଡିଜଟାଲ ପେମେଣ୍ଟ୍‌ସ ଓ ଫିନ୍‌ଟେକ୍ ପ୍ଲାଟଫର୍ମ ଫୋନ୍‌ପେ’ ପକ୍ଷରୁ ଏହାର ଆପ୍‌ରେ ଏକ ସ୍ୱତନ୍ତ୍ର ଫିଚର ଶୁଭାରମ୍ଭ କରାଯାଇଛି । ଏହି ଆପ୍ ଜରିଆରେ ବ୍ୟକ୍ତିବିଶେଷ ଓ ବ୍ୟବସାୟୀମାନେ ୟୁପିଆଇ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର କରି ଆଗୁଆ ଆୟକର ପୈଠ କରିପାରିବେ ବୋଲି କୁହାଯାଇଛି । ଏଥିପାଇଁ ଆୟକର ପୋର୍ଟାଲ ଲଗ୍‌ଇନ୍ କରିବାକୁ ପଡିବ ନାହିଁ । ପୈଠ କରାଯିବାର ଦୁଇଦିନ ମଧ୍ୟରେ ଟିକସ ବାବଦ ଅର୍ଥ ଆୟକର ପୋର୍ଟାଲରେ ଜମା ହୋଇଯିବ ବୋଲି କୁହାଯାଇଛି । ଆୟକରଦାତାମାନେ ଫୋନ୍‌ପେ’ ଆପ୍‌କୁ ଲଗ୍‌ଇନ୍ କରି ‘ଇନ୍‌କମ ଟ୍ୟାକ୍ସ’ ଆଇକନ୍‌କୁ ସିଲେକ୍ଟ କରିବେ ।

ଏହାପରେ ସେମାନଙ୍କୁ କେଉଁ ଟାଇପ୍‌ର ଟିକସ ପୈଠ କରିବାକୁ ପଡିବ, ଆସେସ୍‌ମେଣ୍ଟ ବର୍ଷ ଏବଂ ପାନ୍ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ଇତ୍ୟାଦି ସୂଚନା ଅପ୍‌ଲୋଡ କରିବାକୁ ପଡିବ । ସମୁଦାୟ ଟିକସ ଅର୍ଥ ପରିମାଣ ଅପ୍‌ଲୋଡ କରିବାପରେ ମୋଡ୍ ଅଫ୍ ପେମେଣ୍ଟ ସେକ୍ସନକୁ ଯାଇ ସେମାନେ ଏହି ଅର୍ଥ ଜମା କରିପାରିବେ । ଏହି ପ୍ରକ୍ରିୟା ଶେଷ ହେବାର ୨୪ ଘଣ୍ଟା ମଧ୍ୟରେ ସଂପୃକ୍ତ ଟିକସଦାତାଙ୍କୁ ସ୍ୱୀକାରପ୍ରାପ୍ତି ବାବଦରେ ଏକ ୟୁଟିଆର (ୟୁନିକ୍ ଟ୍ରାନ୍‌ଜାକ୍‌ସନ ରେଫରେନ୍ସ) ନମ୍ବର ମିଳିବ । ଦୁଇ ଦିନ ମଧ୍ୟରେ ପୈଠ କରାଯାଇଥିବା ଅର୍ଥର ଚାଲାଣ ମିଳିଯିବ । ଫୋନ୍‌ପେକ୍ଷ ବିଲ୍ ପେମେଣ୍ଟ୍‌ସ ଆଣ୍ଡ୍ ରିଚାର୍ଜ ବିଜିନେସ୍ ମୁଖ୍ୟ ନିହାରିକା ସାଇଗଲ କହିଛନ୍ତି ଯେ ବେଳେବେଳେ ଟିକସ ପୈଠ ପ୍ରକ୍ରିୟା କଷ୍ଟସାଧ୍ୟ ଏବଂ ସମୟ ସାପେକ୍ଷ ହୋଇଥାଏ । ତେଣୁ ଏହି ପ୍ରକ୍ରିୟାକୁ ଯଥାସମ୍ଭବ ସରଳ କରିବାକୁ ଆମେ ଏଭଳି ବ୍ୟବସ୍ଥା ପ୍ରଚଳନ କରିଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking