32.1 C
Bhubaneswar
Thursday, May 2, 2024
Homeଖେଳନଭେମ୍ବରରୁ ରଣଜୀ ଟ୍ରଫି

ନଭେମ୍ବରରୁ ରଣଜୀ ଟ୍ରଫି

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୧୬ରୁ ଆରମ୍ଭ ହେବ ରଣଜୀ ଟ୍ରଫି । ୨୦୨୨ ଫେବୃୟାରୀ ୧୯ ତାରିଖ ଯାଏଁ ଚାଲିବ ରଣଜୀ ଟ୍ରଫି । ୨୦୨୧-୨୨ ଘରୋଇ ସିଜିନ  ଲାଗି କାର୍ଯ୍ୟସୂଚୀ ଘୋଷଣା କରିଛି ବିସିସିଆଇ । କୋଭିଡ ପାଇଁ ଗତବର୍ଷ ବନ୍ଦ ଥିଲା ରଣଜୀ ଟ୍ରଫି । ୨୦୨୧-୨୨ର ଘରୋଇ ସିଜିନ ସେପ୍ଟେମ୍ବର ୨୧ରୁ ସିନିୟର ମହିଳା ଦିନିକିଆ ଲିଗ୍‌ରୁ ଆରମ୍ଭ ହେବ। ଏହା ପରେ ଅକ୍ଟୋବର ୨୭ରୁ ସିନିୟର ମହିଳା ଦିନିକିଆ ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ। ସୈୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୧ ଅକ୍ଟୋବର ୨୦ରୁ ଆରମ୍ଭ ହେବ ଏବଂ ଏହାର ଫାଇନାଲ ମ୍ୟାଚ୍ ନଭେମ୍ବର ୧୨ରେ ଖେଳାଯିବ।

ବିସିସିଆଇ ଖେଳାଳିଙ୍କ ସ୍ଵାସ୍ଥ୍ୟ ଓ ସୁରକ୍ଷା ସହିତ ଘରୋଇ ସିଜିନର ସଫଳ ଆୟୋଜନ ନେଇ ଆଶାବାଦୀ ରହିଛି। କୋଭିଡ୍-୧୯ କାରଣରୁ ଗତ ସିଜିନରେ କେବଳ ବିଜୟ ହଜାରେ ଟ୍ରଫି ଓ ସୈୟଦ ମୁସ୍ତାକ ଅଲୀ ଟ୍ରଫିର ଆୟୋଜନ ହୋଇ ପାରିଥିଲା। ଏହା ପରେ ବୋର୍ଡ ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ତିନି ଫର୍ମାଟର ସିରିଜ୍ ସଫଳତାପୂର୍ବକ ଆୟୋଜନ କରିଥିଲା। ମାତ୍ର ଏହା ପରେ ପୁଣି ଥରେ ଦେଶରେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking