39.1 C
Bhubaneswar
Friday, April 26, 2024
Homeଜୀବନଶୈଳୀଶ୍ୱାସ ରୋଗର ଉପଚାର

ଶ୍ୱାସ ରୋଗର ଉପଚାର

ଭୁବନେଶ୍ୱର : ଶ୍ୱାସ ଏକ ଏଭଳି ରୋଗ , ଯାହା ସମୟ ଆସିଲେ ମଣିଷର ଜୀବନ ନେଇଯାଏ । ଶ୍ୱାସନଳୀରେ ଧୂଳିକଣା ପ୍ରବେଶ କରି ଜାମ ହେବା ଯୋଗୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ । ଶୀତ ଦିନରେ ଏହା ବେଶୀ ମାରାତ୍ମକ ହୋଇଥାଏ । ଘରର ପରଦା, ଗାଲିଚା ଓ କାର୍‌ପେଟ୍‌ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍‌ମା ସମସ୍ୟା ଅଧିକ ବଢ଼ିଥାଏ। ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଆଜ୍‌ମା ରୋଗ ହୋଇଥାଏ। ଏହି ରୋଗ ହେଲେ ରୋଗୀକୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହାର ଲକ୍ଷଣ ଗୁଡିକ ହେଲା , ବାରମ୍ୱାର ଶ୍ୱାସ ନଳୀରେ କଫ ଜମା ହେବା ଏବଂ ଏଥି ଯୋଗୁ କାଶ ହେବା। ନିଃଶ୍ୱାସ ନେବା ସମୟରେ କଷ୍ଟ ଓ ଶବ୍ଦ ହେବା। କଥା ହେବା, ଚାଲିବା ଓ ବସିବା ସମୟରେ ପେଲା ଉଠିବା। ଅଧିକ କାଶ ହେବା।
ଅଧା ଲିଟରେ ପାଣିରେ ଗୋଟିଏ ଚାମଚ ମେଥି ପକାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା ରସ ଓ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ।
୪ରୁ ୫ କୋଲା ରସୁଣ ନିଅନ୍ତୁ। କ୍ଷୀରରେ ଏହାକୁ ଫୁଟାନ୍ତୁ ଓ ପିଅନ୍ତୁ। ଏପରି କଲେ ଆଜ୍‌ମା ଦୂର ହେବା ସହିତ ଆଲର୍ଜି ମଧ୍ୟ ହେବ ନାହିଁ।
ଚା’ରେ ଅଦା ଓ ରସୁଣ ପକାଇ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ପିଅନ୍ତୁ। ଏହାଦ୍ୱାରା ଆପଣ ଆଜ୍‌ମାକୁ ନିୟନ୍ତ୍ରଣରେ ରଖିପାରିବେ।
୪ରୁ ୫ଟି ଲବଙ୍ଗ ନେଇ ଗୋଟିଏ କପ୍‌ ପାଣିରେ ଫୁଟାନ୍ତୁ। ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଦିନକୁ ଦୁଇ ଥର ଏହାକୁ ପିଇଲେ ଆପଣଙ୍କ କଫ ଓ ନିଃଶ୍ୱାସ ନେବା ସମସ୍ୟା ଦୂର ହେବ।
ଗୋଟିଏ ମୁଠା ସଜନା ପତ୍ରକୁ ଦେଢ଼ କପ୍‌ ପାଣିରେ ଫୁଟାନ୍ତୁ। ଏଥିରେ ଅଳ୍ପ ଲୁଣ, ଗୋଲମରିଚ ଓ ଲେମ୍ୱୁ ରସ ମିଶାଇ ପିଅନ୍ତୁ।
ଜୁଆଣିକୁ ପାଣିରେ ପକାଇ ଫୁଟାନ୍ତୁ ଓ ଏହି ପାଣିକୁ ପିଅନ୍ତୁ। ଆଜ୍‌ମା ପାଇଁ ଏହା ଖୁବ୍‌ ଉପକାରୀ।
ଧୂଳି, ମାଟି, ଧୂଆଁ, ସିଗାରେଟ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ। ଏପରି ପରିବେଶରେ ମୁହଁରେ ମାସ୍କ ଲଗାନ୍ତୁ।
କୀଟନାଶକ ଦ୍ରବ୍ୟ, ସ୍ପ୍ରେ, ଅଗରବତୀ, ମଶାଧୂପ ଧୂଆଁ, ପରଫ୍ୟୁମ୍‌ ଓ ଘରର ରଙ୍ଗଠାରୁ ନିଜକୁ ଦୂରେଇ ରଖନ୍ତୁ।
ଥଣ୍ଡା ପାନୀୟ ପିଅନ୍ତୁ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking