କଳିଙ୍ଗନଗର ଠାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଥାନାରେ ମୋକଦ୍ଦମା

ଯାଜପୁର: ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ଜଖପୁରା ଗ୍ରାମରେ ଅଭିବନୀୟ ଘଟଣା।ଯୁବକ ଶକ୍ତି ରିପୋର୍ଟର ଆଲୋକ କୁମାର ସିଓ ଙ୍କୁ ଗ୍ରାମଦେବତୀ ମା ହିଙ୍ଗୁଳା ମନ୍ଦିର ପ୍ରବେଶ କରୁଥିବା ସମୟରେ ଯଖପୁରା ଗ୍ରାମର ପ୍ରଶ୍ନଜିତି ନାୟକ, ଙ୍କସହିତ,ସ୍ମୃତିରଜନ ବ୍ରହ୍ମ ,ବିକ୍ରମ ବିହାରୀ ବ୍ରହ୍ମ ,,ସୋରଭ ନାୟକ ମିଳିତ ଭାବେ ଦୃର୍ବତ୍ତ ମାନେ ଆକ୍ରମଣ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଏବଂ ପୂର୍ବ ସତ୍ରୁତାକୁ ନେଇ ଆକ୍ରମଣ ଗାଳି ଗୁଲଜ କରି ମାଡ଼ ମାରିଥିଲେ ବୋଲି ଆଲୋକ ସିଓ କହିଛନ୍ତି। ଯାଜପୁର ଜିଲ୍ଲା କଳିଙ୍ଗନଗର ଠାରେ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା କୁ ନେଇ ଜନସାଧାରଣ ମାନେ ନିନ୍ଦା କରିଛନ୍ତି। ତେବେ ଏ ନେଇ ଆଜି ଜଖପୁରା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେଣା ଏକ ମାମଲା ରୁଜୁ କରି ଥିଲେ। ଯାହାର କେସନମ୍ବର ୩୪୧, ୨୯୪, ୩୨୩, ୫୦୬ ଅନୁଯାୟୀ ରୁଜ୍ଜୁ କରାଯାଇଛି ଓ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here