33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକୋରାପୁଟ ଝିଅ ନମିତାଙ୍କୁ ଅଭିନେତ୍ରୀ ବର୍ଷା ଦେବେ ସୁଯୋଗ

କୋରାପୁଟ ଝିଅ ନମିତାଙ୍କୁ ଅଭିନେତ୍ରୀ ବର୍ଷା ଦେବେ ସୁଯୋଗ

ଭୁବନେଶ୍ୱର: କୋରାପୁଟ ବନ୍ଧୁ ଗାଁ ବ୍ଲକ୍ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଆଡ଼େ ଚର୍ଚ୍ଚା ।
ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଆଦି ଭାଷାରେ ତାଙ୍କ ଗୀତ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିଛି ।ଏବେ ତାଙ୍କୁ ବିଭିନ୍ନ ଆଡ଼ୁ ଅଫର୍ ମିଳିବା ଆରମ୍ଭ ହୋଇଛି । ଏପରିକି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି ।ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ବର୍ଷା ନମିତାଙ୍କୁ ପ୍ରଶଂସା କରିବା ସହ ଘୋଷଣା କରିଛନ୍ତି, ତାଙ୍କର କି ଯାଦୁକରୀ ସ୍ୱର । ସତରେ ଈଶ୍ୱରଦତ୍ତ ।

ସାନ ଭଉଣୀ ନମିତା ସହ ମୋର ପ୍ରାର୍ଥନା ଓ ଆଶୀର୍ବାଦ ରହିଛି । ଦକ୍ଷତା ଲୁଚି ନରହୁ । ମୁଁ ତାଙ୍କର ଏ ଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହୁଁଛି ।ମୁଁ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତା କରିବାକୁ ଚାହୁଁଛି । ମୁଁ ଚାହିଁବି ସେ ଏହି ପ୍ରୟାସରେ ଜଣେ ସଙ୍ଗୀତ ଗୁରୁଙ୍କ ଦିଗଦର୍ଶନରେ ଏକ ଜଗନ୍ନାଥ ଭଜନରୁ କ୍ୟାରିୟର୍ ଆରମ୍ଭ କରନ୍ତୁ ।ନିଜ ଉପରେ ବିଶ୍ୱାସ ରଖ, ଆମେ ସମସ୍ତେ ତୁମ ସହ ଅଛୁ । ଜୟ ଜଗନ୍ନାଥ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking