33.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମାଲକାନଗିରି ବିଧାୟକ କରୋନା ଆକ୍ରାନ୍ତ

ମାଲକାନଗିରି ବିଧାୟକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ନେତା ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ଅଭିନେତା, ପୋଲିସ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଏହାରି ଭିତରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ କରୋନା ଆକ୍ରାନ୍ତ ହୋଇଛନ୍ତି । ସେ ଅସୁସ୍ଥ ଅନୁଭବ କରିବା ପରେ ସ୍ୱାବ ଟେଷ୍ଟ ହୋଇଥିଲା । ପରେ ସେ ପଜିଟିଭ ଆସିଥିବା ବେଳେ ଚିକିତ୍ସା ପାଇଁ ଭୁବନେଶ୍ୱର ଏମସରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ, ଏବେ ପ୍ରତିଦିନ ରାଜ୍ୟରେ ହଜାରେ ହଜାରେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ରାଜ୍ୟର ୩୦ ଜିଲ୍ଲାରୁ ୪୨୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୪୭୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୭୯୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬୨୯୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୬୪୭୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୫୭୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking