39.1 C
Bhubaneswar
Friday, April 26, 2024
Homeଓଡିଶାବିବାହ ଶୋଭାଯାତ୍ରାକୁ ଅନୁମତି : ବାଜିବ ବାଜା, ଲାଇଟ-ସାଉଣ୍ଡ ମାଲିକ ଆଶ୍ୱସ୍ତ

ବିବାହ ଶୋଭାଯାତ୍ରାକୁ ଅନୁମତି : ବାଜିବ ବାଜା, ଲାଇଟ-ସାଉଣ୍ଡ ମାଲିକ ଆଶ୍ୱସ୍ତ

ରାଉରକେଲା: ପ୍ରାୟ ୧୦ମାସରୁ ଅଧିକ ସମୟ ହେଲା ଏକରକମ ହାତବାନ୍ଧି ବସିଥିଲେ । କରୋନା କଟକଣା ବିଭିନ୍ନ ପର୍ଯ୍ୟାୟରେ ଯଦିଓ ବିବାହ,ବ୍ରତ ଆଦି ସାମାଜିକ କାର୍ଯ୍ୟ କୋହଳ ହୋଇଥିଲେ ବି  ଧୁମଧାମରେ ବରଯାତ୍ରୀ ପଟୁଆରରେ ଯିବାକୁ ଆଦୌ ଅନୁମତି ନଥିଲା । କରୋନା ପାଇଁ  ସରକାର ବିଭିନ୍ନ କଟକଣା ପୂର୍ବରୁ ଜାରି କରିଥିଲେ । ଏଥିପାଇଁ ଲାଇଟ ସାଉଣ୍ଡ ବ୍ୟାଣ୍ଡ ପାର୍ଟିରେ କାମ କରୁଥିବା ଶହ ଶହ ଲୋକ ଜିବୀକା ହରାଇଥିଲେ ।  ଫଳରେ ବ୍ୟାଣ୍ଡ ପାର୍ଟି ମାଲିକ ଓ କର୍ମଚାରୀ ପେଟପାଟଣା ଚିନ୍ତାରେ ପଡ଼ିଥିଲେ । ବାହାଘର ଓ ଶୋଭାଯାତ୍ରା ଉପରେ ରାଜ୍ୟ ସରକାର କଟକଣା ହଟାଇ ଦେଇଛନ୍ତି । ବରଯାତ୍ରୀକୁ ନେଇ ବର ଶୋଭା ଯାତ୍ରାରେ ଯାଇପାରିବେ । ଲାଇଟ,ସାଉଣ୍ଡ,ବ୍ୟାଣ୍ଡ ପାର୍ଟି ସବୁ ଶୋଭାଯାତ୍ରାରେ ସାମିଲ ହୋଇପାରିବେ ।  ବିବାହ ପଟୁଆର ପାଇଁ ଅନୁମତି ଦେବା ପରେ ସେମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଲିଯାଇଛି । ରାଉରକେଲା ଓଲ୍ଡଷ୍ଟେସନ ରୋଡ଼ରେ ଥିବା ମିଲନ ବେଣ୍ଡ ପ।ର୍ଟିର ମାଲିକ କହିଛନ୍ତି ଯେ ଏଣିକି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଆମେ ବୁକିଂ କରିବୁ । ତେବେ ରାଉରକେଲାରେ ଆଉ ବିଶେଷ ବିବାହ ଯୋଗ ନାହିଁ । ଫେବୁୟାରୀ ମାସରେ ଗୋଟିଏ ଦୁଇଟା ତାରିଖ ରହିଛି । ପ୍ରାୟ ସିଜିନ ସରିଲାଣି ,ତେବେ ବାହାର ଜିଲାରେ କିଛି ପୋଗ୍ରାମ ଆସିଲେ ଧରିବୁ । ଦୁଇ ମାସ ଆଗରୁ ସରକାର ଅନୁମତି ଦେଇଥିଲେ ଭଲ ହୋଇଥାନ୍ତା । ତେଣୁ  ସରକାରଙ୍କର ବିଜ୍ଞପ୍ତି ପରେ ଆସନ୍ତା ବିବାହ ରୁତୁରେ ସେମାନେ ନିଜ ନିଜ ଜୀବିକାକୁ ପୁଣି ଫେରିବାର ସମ୍ଭାବନା ଦେଖାଦେଇଛି । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking