ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନର ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି ।ଦୁଇ ନିର୍ବାଚନ ମଣ୍ଡଳୀକୁ ପୋଲିଂ କର୍ମଚାରୀମାନେ ଯାଇଛନ୍ତି ।ସଂନ୍ଧ୍ୟାରେ ଉଅରେ ସରିବ ନିର୍ବାଚନ ପ୍ରଚାର ।ତେବେ ଏହି ନିର୍ବାଚନ ପ୍ରଚାର ମଧ୍ୟରେ ୫୨ଟି ନିୟମ ଉଲ୍ଲଂଘନ ମାମଲା ରହିଛି ।ବାଲେଶ୍ୱରରେ ୩୪୬ଟି ପୋଲିଂ ବୁଥ୍ ,୧୮୦୦ଟି ପୋଲିଂ କର୍ମଚାରୀ ଏବଂ ତିର୍ତୋଲ ପାଇଁ ୧୯୪୦ ଟି ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ପ୍ରତି ବୁଥରେ ଜଣେ ଲେଖାଏଁ ଆଶାକର୍ମୀ ଓ ଜଣେ ଲେଖାଏଁ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି । ସେଠାରେ ସମସ୍ତ କୋଭିଡ୍ ନିୟମକୁ ପାଳନ କରାଯାଇଥିଲା