30.1 C
Bhubaneswar
Friday, April 26, 2024
Homeଓଡିଶାବାଲି ମାଫିଆଙ୍କ ଭୂସ୍ବର୍ଗ ପାଲିଟିଛି ଯାଜପୁର ଜିଲ୍ଲା

ବାଲି ମାଫିଆଙ୍କ ଭୂସ୍ବର୍ଗ ପାଲିଟିଛି ଯାଜପୁର ଜିଲ୍ଲା

ଯାଜପୁର : ବାଲି ମାଫିଆ ମାନଙ୍କ ରାଜ ସମଗ୍ର ଯାଜପୁର ଜିଲ୍ଲା ରେ ରାଜ ଚାଲିଛି । ବେଆଇନ ଭାଵରେ ଜିଲ୍ଲାରେ ପ୍ରଭାହିତ ବିଭିନ୍ନ ନଦୀରେ ବେଆଇନ ଭାଵରେ ବାଲି ଉତ୍ତୋଳନ କରି ଦିବା ଲୋକରେ ସହ ସହ ସଂଖ୍ୟାରେ ଟ୍ରକ, ଟ୍ରାକ୍ଟର ହାୱା ଓ ମିନି ଟ୍ରକରେ ବେଫିକର ଭାଵରେ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ କରି ମାଲ ମାଲ ହେଉଛନ୍ତି । ଫଳରେ ସରକାରଙ୍କ ରାଜସ୍ୱ ହାନି ଘଟୁଛି । ସବୁ ଦେଖି ଜିଲ୍ଲା ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ରହିବା ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ବାଲି ମାଫିଆମାନେ ପ୍ରଭାବ ଶାଳୀ ଓ ରାଜନୈତିକ ନେତାଙ୍କ ବାହୁ ଛାୟା ତଳେ ଥିବାରୁ ସେମାନେ ତାଙ୍କର ଚୋରା ବାଲିର ରାଜ ଚଳାଇଛନ୍ତି । ଏପରି କି ତହସିଲଦାର ଓ ରାଜସ୍ବ କର୍ମଚାରୀ ମାନଂକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ବେକାରୀ ଯୁବକମାନେ ଦି ପଇସା ରୋଜକାର ପାଇଁ ଏହି ପନ୍ଥା ପl ଥେହି ନେହିଛନ୍ତି । କେତକ ବାଲି ଲିଜି ହୋଲଡର ଯେତିକି ଅଞ୍ଚଳ ଲିଜି ନେଇ ଛନ୍ତି । ତାହା ଠାରୁ ଦୁଇ ଗୁଣ ଅଂଚଳରେ ବାଲି ଉଠାଉଛନ୍ତି ବାଲି ଉଠାଣକୁ ସମ୍ପୃକ୍ତ ଅଞ୍ଚଳର ଲୋକମାନେ ବିରୋଧ କରୁଛନ୍ତି । ବାଲି ମାଫିଆ ଓ ତାଙ୍କ ଗୁଣ୍ଡାମାନଙ୍କ ସହ ହତା ହାତି ହେଉଥିବାର ନଜିରି ଅଛି । ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ବାଲି ଉଠାଣ ବନ୍ଦ ପାଇଁ ସମ୍ପୃକ୍ତ ଅଂଚଳର ଗ୍ରାମବାସିମାନେ ଜିଲ୍ଲାପାଳ ଓ ତହସିଲ ଦାରଙ୍କ ନିକଟରେ ଅଭିଯୋଗ ହେଉଛି କିନ୍ତୁ ଫଳ ଶୂନ । ନଦୀରୁ ବାଲି ଉଠାଣ ଫଳରେ ନଦୀ ବନ୍ଧ ପ୍ରତି ବିପଦ ଗେନେଉଛି । ନଦୀର ବ୍ରିଜ ପ୍ରତି ବିପଦ ଦେଖା ଦେଉଛି । ଟ୍ରକ ଓ ଅନ୍ୟାନ୍ୟ ବାଲି ବୋଝେଇ ଗାଁ ରାସ୍ତା ରେ ଯିବା ଆସିବା କରିବା ଦ୍ୱରା ରାସ୍ତା ଘାଟ ଭାଙ୍ଗି ରୁଜି ଯାଉଛି । ଜନ ସାଧାରଣମାନେ ଯିବା ଆସିବାରେ ସମ୍ମୁଖୀନ ହେଉଛନ୍ତି । ଗୁହାରି କଲେ ଶୁଣିବାକୁ ରାଜନେତା ନା ପ୍ରଶାସନ । ବୈତରଣୀ, ବ୍ରାହ୍ମଣି, ଖରସ୍ୱତା, କୁଶେଇ ତାହା ର ଶାଖା ଓ ପ୍ରଶାଖା ନଦୀଗୁଡିକରେ ବେଆଇନ ଭାଵରେ ବାଲି ଉଠାଣ ଚାଲିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୁଷ୍ଟି ନ ଦେଲେ ଆଇନ ଶୁଙ୍ଖଲା ସୃଷ୍ଟି ଏଡାଇ ଦିଆ ଯାଇ ନ ପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking