38.1 C
Bhubaneswar
Friday, April 26, 2024
Homeଓଡିଶାସମ୍ବିତ ପାତ୍ରଙ୍କ ଗିରଫ ଦାବି କଲା  ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ

ସମ୍ବିତ ପାତ୍ରଙ୍କ ଗିରଫ ଦାବି କଲା  ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ

ବଲାଙ୍ଗିର – ଆଜି ମଧ୍ୟାହ୍ନରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବଲାଙ୍ଗିର ଆଦର୍ଶ ଟାଉନ ଥାନା ଅଧିକାରୀଙ୍କ ନିକଟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିଦ ପାତ୍ରଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିବା ପାଇଁ ଦାବି କରିଛି । ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ପ୍ରେମ ପ୍ରକାଶ ମିଶ୍ର ଥାନା ଅଧିକାରୀଙ୍କୁ ପ୍ରଦାନ କରିଥିବା ଅଭିଯୋଗ କରିଛନ୍ତି ଯେ ଜାତୀୟ ବୈଦୁତିକ ଗଣମାଧ୍ୟମର ଏକ ଆଲୋଚନା ଚକ୍ରରେ ସମ୍ବିଦ ପାତ୍ର ଭାରତୀୟ ଜାତୀୟ କଂଗ୍ରେସଙ୍କ ପ୍ରବକ୍ତା ରାଜିବ ତ୍ୟାଗିଙ୍କ ଉଦ୍ଦେଶ୍ୟରେ ଅପମାନ ସୂଚକ ମନ୍ତବ୍ୟ ଦେଇଥିବାରୁ ପ୍ରବକ୍ତା ରାଜୀବ ତ୍ୟାଗିଙ୍କ ମୃତ୍ୟୁ ଘଟିଛି । ଏଣୁ ସମ୍ବିଦ ପାତ୍ରଙ୍କୁ ଭାରତୀୟ ପିଙ୍ଗଲ କୋର୍ଟ ୩୦୪ (ଧାରା ଏ) ମତେ ହତ୍ୟା ମକଦ୍ଦମା ରୁଜୁ କରାଯାଇ ଗିରଫ କରାଯାଉ । ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୨ ତାରିଖରେ ଜାତୀୟ ସ୍ତର ବୈଦୁତିକ ଗଣମାଧ୍ୟମ ଆଜତକ୍ ରେ ଏକ ଆଲୋଚନାଚକ୍ରରେ ସ୍ୱର୍ଗତ ରାଜିବ ତ୍ୟାଗି ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂବିତ ପାତ୍ର ଯୋଗଦେଇଥିଲେ । ଏଥିରେ ଅନ୍ୟ ଆଲୋଚକ ହିସାବରେ ସଂଗୀତ ରାଗି, ସୋହେବ ଜମାଇ ଓ ଅତିକ୍ ଉର ରହମାନ ପ୍ରମୁଖ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆଲୋଚନା ସମୟରେ ସଂବିତ ପାତ୍ର ବାରମ୍ବାର ରାଜିବ ତ୍ୟାଗିଙ୍କୁ ଅପମାନ ସୂଚକ ଶବ୍ଦ ପ୍ରୟୋଗ ସହ ର୍ଦୁବ୍ୟହାରପୂର୍ଣ୍ଣ କଥା କହିଥିଲେ । ଏପରିକି ସେ ରାଜିବ ତ୍ୟାଗିଙ୍କୁ ଜୟଚନ୍ଦ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ । କେବଳ ମୁଣ୍ଡରେ ଟିକା ଲଗାଇ ତ୍ୟାଗି ହିନ୍ଦୁ ହୋଇପାରିବେ ନାହିଁ ମଧ୍ୟ ଧର୍ମିୟ ଭାବନାକୁ ଆଘାତ ଦେଲା ଭଳିଆ ବାକ୍ୟ ପ୍ରୟୋଗମାନ କରିଥିଲେ । ଏ ସବୁ ଯୋଗୁଁ ଶ୍ରୀ ତ୍ୟାଗି ଅତ୍ୟଧିକ ମାନସିକ ·ପଗ୍ରସ୍ତ ହୋଇଥିଲେ । ଏପରି ଆଲୋଚନା ସମୟରେ ଖରାପ ଶବ୍ଦ ପ୍ରୟୋଗକୁ ଉକ୍ତ ଚ୍ୟାନାଲର ଏଙ୍କର ମଧ୍ୟ କୋ÷÷ଣସି ପ୍ରକାରେ ବାରଣ କରି ନ ଥିଲେ । ଫଳରେ ଶ୍ରୀ ତ୍ୟାଗିଙ୍କୁ ଅତ୍ୟଧିକ ମାନସିକ ·ପଗ୍ରସ୍ତ କରିଥିଲା । ଏହି ସମୟରେ ହିଁ ସେ ଅଧିକ ମାନସିକ ଚାପଗ୍ରସ୍ତ ହୋଇ ହୃତଘାତରେ ପଡିଥିଲେ ଏବଂ ପରେ ପରେ ଘରକୁ ଯିବା ସମୟରେ ତାଙ୍କର ହୃତଘାତ ଯୋଗୁଁ ମୃତ୍ୟୁ ହୋଇଥିଲା । ଏହି କାର୍ଯ୍ୟକ୍ରମ ସିଧା ପ୍ରଶାସର ଯେହେତୁ ଦେଶସାରା ହୋଇଥିଲା ସେଥି ପାଇଁ ସେହି ପ୍ରମାଣକୁ ଭିତ୍ତି କରି ଭାରତୀୟ ଜନତାପାର୍ଟି ପ୍ରବକ୍ତା ସଂବିତ ପାତ୍ରଙ୍କ ବିରୁଦ୍ଧରେ ଧାରା ୩୦୪ (ଏ), ୧୫୩ (ଏ), ୧୯୯୮ ଓ ୫୦୫ ଭାରତୀୟ ପିଙ୍ଗଲ କୋର୍ଡ ୧୮୬୦ ଅନୁଯାୟୀ ହତ୍ୟା ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ କରାଯିବାକୁ ବଲାଙ୍ଗିର ଜିଲ୍ଲା ଯୁବ କଂଗ୍ରେସ ଦାବି କରିଛି । ଏହି କାର୍ଯ୍ୟକ୍ରମରେ ସଭାପତିଙ୍କ ବ୍ୟତିତ ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ମନୀଷ ମିଶ୍ର, ଅଜୟ ବାଲି, ବୁଲୁ ଦାନି, ଚନ୍ଦ୍ରମଣି ତ୍ରିପାଠି, ଅଙ୍କିତ ସାହୁ, ସଂଜିବ ହୋତା, ମୁନା ନନ୍ଦ, ଅବିନାଶ ସାଏ, ଲୋପନ ମିଶ୍ର, ଅଶ୍ୱିନି ରାଉତ, ନାସିର ଖାନ, ରୋଶନ ମିଶ୍ର, ସୁମିତ ପଟ୍ଟନାୟକ, ପବିତ୍ର ନେପାକ, ଟୁଲୁ ସେନ, ମହେନ୍ଦ୍ର ବାରିକ ଏବଂ ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking