33.1 C
Bhubaneswar
Saturday, April 27, 2024
Homeଓଡିଶାପହଞ୍ଚିଲା ଡ. ପରିଚ୍ଛାଙ୍କ ପାର୍ଥିବ ଶରୀର, କଂଗ୍ରେସର ଶ୍ରଦ୍ଧାଞ୍ଜଳି, ବିଜେଡିର ଶୋକ

ପହଞ୍ଚିଲା ଡ. ପରିଚ୍ଛାଙ୍କ ପାର୍ଥିବ ଶରୀର, କଂଗ୍ରେସର ଶ୍ରଦ୍ଧାଞ୍ଜଳି, ବିଜେଡିର ଶୋକ

ବଲାଙ୍ଗିର : ବିଶିଷ୍ଟ କୃଷକ ନେତା ଡା, ସୁଧିର ପରିଚ୍ଛାଙ୍କ ପାର୍ଥବ ଶରୀର ବୁଧବାର ଦିନ ବଲାଙ୍ଗିର ପହଞ୍ଚିଛି । ଲାଲଟିକ୍ରା ସ୍ଥିତ ବାସ ଭବନରେ ତାଙ୍କ ଶରୀର ପହଞ୍ଚିବା ପରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଓ ସାମାଜିକ ଅନୁଷ୍ଟାନର କର୍ମକର୍ତ୍ତା ଶ୍ରୀ ପରିଚ୍ଚାଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଡା. ପରିଚ୍ଛା କଂଗ୍ରେସ ର ବିଶିଷ୍ଟ ନେତା ଭାବେ ଦିର୍ଘ ଦିନ ହେବ ଜନସେବା କରି ଆସୁଥିବା ବେଳେ ଏଆଇସିସି ସଭ୍ୟ ତଥା କଂଗ୍ରେସର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ତାଙ୍କ ଦର୍ଶନ କରିବା ସହିତ ପାର୍ଥିବ ଶରୀରକୁ କଂଗ୍ରେସ ପତାକା ଦ୍ୱାରା ସମ୍ମାନୀତ କରିଥିଲେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ଆଜି ଜିଲ୍ଲା କଂଗ୍ରେସ ଅଫିସରେ ଡା. ପରିଚ୍ଛାଙ୍କୁ ବିଧିବଦ୍ଧ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପସଭାପତି ମନୀଷ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ଯୁବ ସଭାପତି ବୁଲୁ ଦାନୀ, ସାନନ୍ଦ ମିଶ୍ର , ବିଧୁ ଭୂଷଣ ତ୍ରିପାଠୀ,ଅଜୟ ବାଲୀ, କୈଳାସ ମିଶ୍ର, ସଞ୍ଜୟ ମିଶ୍ର, ଛାତ୍ର ନେତା ଅଙ୍କିତ ସାହୁ ପ୍ରମୂଖ ଉପସ୍ଥିତ ରହି ଶ୍ରୀ ପରିଚ୍ଛାଙ୍କ ଫଟୋଚିତ୍ରରେ ମାଳ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ସେହିପରି ଡା. ପରିଚ୍ଛାଙ୍କ ଅକାଳ ବିୟୋଗରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି । ବିଜେଡି ଉପସଭାପତି ତଥା ପୂର୍ବତନ ବଲାଙ୍ଗିର ବିଧାୟକ ଅନଙ୍ଗ ଉଦୟ ସିଂଦେଓ ଡା, ପରିଚ୍ଛାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଡା ପରିଚ୍ଛା କଂଗ୍ରେସ ରେ ଯୋଗଦାନ ପୂର୍ବରୁ ବିଜେଡି ସଦସ୍ୟ ଥିଲେ ସେହି ସମୟରୁ ତାଙ୍କ ସହିତ ମୋର ଗଭୀର ବ୍ୟକ୍ତିଗତ ସଂର୍ପକ ରହି ଆସିଛି ।

ଏହି ଅକାଳ ବିୟୋଗ ମତେ ଖୁବ ମର୍ମାହତ କରିଛି । ତାଙ୍କର ବିୟୋଗ ଅଂଚଲର ଚାଷୀ ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି । ସେହିପରି ଡା. ପରିଚ୍ଛାଙ୍କ ବିୟୋଗରେ ମୁଁ ଦୁଃଖିତ । ଭଗବାନ ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ବଜେଡିର ବରିଷ୍ଟ ସଂପାଦକ ତଥା ପୂର୍ବତନ ବାଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂ ଦେଓ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking