29.1 C
Bhubaneswar
Saturday, May 4, 2024
Homeଅପରାଧସ୍ଲାପ ପଡ଼ି ଶ୍ରମିକଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ 

ସ୍ଲାପ ପଡ଼ି ଶ୍ରମିକଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ 

ବଲାଙ୍ଗୀର ,- ସ୍ଥାନୀୟ ତୁଲସୀନଗର ପଡ଼ାରେ ଏକ ଅଘଟଣ ରେ ସେଣ୍ଟ୍ରିଂ ଖୋଲୁଥିବା ସମୟରେ ସ୍ଲାପ ପଡ଼ି ଜଣେ ଶ୍ରମିକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ତୁଳସୀନଗର ପଡ଼ାର ରବି ନାରାୟଣ ମିଶ୍ରଙ୍କ ପୁରୁଣା ଘର ମୁଖ୍ୟଦ୍ୱାରରେ ଏକ ନୂଆ ଛାତ ପକାଯାଇଥିଲା। ଆଜି ପୂର୍ବାହ୍ନରେ ସୁର୍ଡା ଗାଁର ଶ୍ରମିକ ସାଧୁଚରଣ ନାଏକ ସେଣ୍ଟ୍ରିଂ ଖୋଲୁଥିବା ସମୟରେ ହଠାତ ଛାତ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। କେଉଁ କାରଣରୁ ସାଧୁଙ୍କର ମୃତ୍ୟୁ ଘଟିଲା ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଟାଉନ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି।

ବଲାଙ୍ଗିର ରେ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ


 
ବଲାଙ୍ଗିର,- ଆଜି ଜିଲ୍ଲ୍‌ା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସ୍ଥାନିୟ ଜିଲ୍ଲା କୋର୍ଟ ପ୍ରାଙ୍ଗଣରେ ଏକ ଜିଲ୍ଲା ସ୍ଥରିୟ କ୍ଷୁଦ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକ ଅଦାଲତରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ଶ୍ୟାମ ସୁନ୍ଦର ଦାଶ ଦୁର୍ଘଟଣା ଜନିତ ମୃତ୍ୟୁ ର ମୁକଦ୍ଦମା ର ଫଇସଲା କରିଥିଲେ । କୋଭିଡ ନିୟମ ଗୁଡିକର ଅନୁପାଳନ କରିବା ସହ ପ୍ରାଧିକରଣ ସଚିବ ଦେବାଶିଷ ଦାଶ ଲୋକ ଅଦାଲତ ର ପରିଚାଲନା କରିଥିଲେ । ଜିଲ୍ଲା ଓ ଦୌରା ଜଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ମକଦ୍ଦମା ର ବିଚାର ପାଇଁ ପବ୍ଲିକ ପ୍ରସିକ୍ୟୁଟର ଜୟ ବିହାରି କଦମ ସଭ୍ୟ ଭାବରେ ମକଦ୍ଦମା ପରିଚାଳନା କରିଥିଲେ । ଏହି ଲୋକ ଅଦାଲତରେ ସମୁଦାୟ ୧୦ ଗୋଟି ମକଦ୍ଦମାର ସଫଳ ଫଇସଲା ହେବା ସହ ୫୦ଲକ୍ଷ ୨୦ହଜାର ଟଙ୍କା ଆଦାୟ କରାଯାଇଥିବା ସୁଚନା ରହିଛି । ଅନ୍ୟ ମାନଙ୍କ ମଧ୍ୟରେ ସିଭିଲ କୋର୍ଟ କର୍ମଚାରି ଉତ୍ତମ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମଚାରି ନିରଞ୍ଜନ ନାୟକ, ବିଚିତ୍ରା ନନ୍ଦ ମହାନ୍ତି ଏହି ଅଦାଲତରେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking