36.1 C
Bhubaneswar
Saturday, May 18, 2024
Homeଓଡିଶାମେଡିକାଲ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ

ମେଡିକାଲ ବାରଣ୍ଡାରେ ଚାଲିଗଲା ଶିଶୁର ଜୀବନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଦୃଶ୍ୟ । କରୋନା କଟକଣା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବାର କୁହାଯାଇଛି । ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ଜଣେ ୭ବର୍ଷର ଶିଶୁର ଚିକିତ୍ସା ପୂର୍ବରୁ ଶିଶୁଟି ମେଡିକାଲ ବାରଣ୍ଡାରେ ଆଖିବୁଜି ଦେଇଥିଲା । ମୃତ୍ୟୁପରେ ମଧ୍ୟ ତାହାକୁ ମିଳିନଥିଲା ସମ୍ମାନ । ଶେଷରେ ନିଜେ ପରିବାର ଲୋକେ ନିଜ ବାଇକରେ ଉକ୍ତ ଶବକୁ ନିଜ ଘରକୁ ନେଇଥିଲେ । ମୃତ ଶିଶୁ ଜଣକ ହେଲେ ରାଇକିଆ ବ୍ଲକ ସୁଗଡ଼ବାଡ଼ି ଗ୍ରାମର ମୁନା ନାୟକଙ୍କ ୭ବର୍ଷର ପୁଅ ବାଲୁଙ୍କେଶ୍ୱର ନାୟକ ।
ସୂଚନା ଅନୁଯାୟୀ, ବାଲୁଙ୍କେଶ୍ୱର ସିକଲିନ ରୋଗରେ ପୀଡ଼ିତ ଥିବା ବେଳେ ଆଜି ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକ ସକାଳୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ରାଇକିଆ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାରୁ ବିିଭିନ୍ନ ଅଞ୍ଚଳରେ ବାଡ଼ ବୁଜାଯାଇଥିଲା । ଆମ୍ବୁଲାନ୍ସଟି ଗ୍ରାମ ପର୍ଯ୍ୟନ୍ତ ଯାଇପାରିନଥିଲା । ପରିବାର ଲୋକେ ଏକ ଅଟୋ ଦ୍ୱାରା ପ୍ରାୟ ୪ କିଲୋମିଟର ଦୂର ପାଡାନସୁଗା ପର୍ଯ୍ୟନ୍ତ ଆସି ଆମ୍ବୁଲାନ୍ସ ଦ୍ୱାରା ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଶିଶୁଟି ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଦେଇଥିଲେ । କିନ୍ତୁ କିଭଳି ଭାବେ ଉକ୍ତ ଶିଶୁଟି ଯାଇ ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚବ ସେ ଉପରେ କର୍ତ୍ତୃପକ୍ଷ କୌଣସି ପ୍ରକାର ଗୁରୁତ୍ୱ ଦେଇନଥିଲେ । ରେଫର ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଅପେକ୍ଷା କରିବା ଭିତରେ ଉକ୍ତ ୭ ବର୍ଷର ଶିଶୁର ପ୍ରାଣବାୟୁ ଉଡ଼ିଯାଇଥିଲା । ତେବେ ଏହାପରେ ଶିଶୁଟିର ଶବକୁ ଘରକୁ ନେବା ପାଇଁ ବ୍ୟବସ୍ଥା ନହେବାରୁ ପରିବାର ଲୋକେ ନିଜ ସମ୍ପର୍କୀୟଙ୍କ ବାଇକରେ ବୋହି ନେଇ ଘରକୁ ଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking