28.1 C
Bhubaneswar
Friday, April 26, 2024
Homeଓଡିଶାଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ : କାର୍ଯ୍ୟାନୁଷ୍ଠାନ ଦାବୀରେ ସାମ୍ବାଦିକ ସଂଘର ଧାରଣା

ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ : କାର୍ଯ୍ୟାନୁଷ୍ଠାନ ଦାବୀରେ ସାମ୍ବାଦିକ ସଂଘର ଧାରଣା

ବଲାଙ୍ଗିର : ସାମ୍ବାଦିକମାନେ ଖବର ସଂଗ୍ରହ ତଥା ସମ୍ବାଦ ପରିବେଷଣ କରିବା ସମୟରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭିନ୍ନ ଅଣସାମାଜିକ ତତ୍ୱଙ୍କ ଦ୍ୱାରା ଶାରିରୀକ , ମାନସିକ ଓ ସାମାଜିକ କ୍ଷେତ୍ରରେ ଆକ୍ରମଣର ଶିକାର ହେଉଛନ୍ତି ।ଯେଉଠି ଶାରିରିକ ଆକ୍ରମଣ କାରଯାଇପାରୁ ନାହିଁ ସେଠି ସାମାଜିକ ଗଣମାଧ୍ୟମର ସାହାରା ରେ ବିଭିନ୍ନ କୁତ୍ସିତ ଓ ଆପତ୍ତିଜନକ ମନ୍ତବ୍ୟ ଦେଇ ସାମ୍ବଦିକଙ୍କ ସାମାଜିକ ପ୍ରତିଷ୍ଠା ଓ ବିଶ୍ୱାସନିୟତା ଉପରେ ଆକ୍ରମଣ କାରାଯାଉଛି । ଜିଲ୍ଲାରେ ସାମ୍ବାଦିକଙ୍କ ସୁରକ୍ଷା କୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି କିନ୍ତୁ ସବୁ ଜାଣିଶୁଣି ଜିଲ୍ଲା ପ୍ରଶାସନ ନିରବ ଦ୍ରଷ୍ଟା ପାଲଟିଛି, ଯାହା ଅଣସାମାଜିକ ତତ୍ତ୍ୱଙ୍କୁ ଆହୁରି ପ୍ରତ୍ସାହିତ କରୁଛି । ସାମ୍ବାଦିକଙ୍କ ଉପରେ ଆକ୍ରମଣ ଆଜି ପହଞ୍ଚିଛି ସାମ୍ବାଦିକ ସଂଘ ପର୍ଯ୍ୟନ୍ତ ।
ଜିଲ୍ଲାରେ ସାମ୍ବାଦିକଙ୍କ ସର୍ବାଙ୍ଗିନ ସୁରକ୍ଷା ଦାବିରେ ତଥା ସାମାଜିକ ଗଣମାଧ୍ୟମରେ ସାମ୍ବାଦିକଙ୍କ ବିରୁଦ୍ଧରେ ବିଭିନ୍ନ କୁତ୍ସିତ ତଥା ଆପତ୍ତିଜନକ ମନ୍ତବ୍ୟ ଦେଉଥିବା ବ୍ୟକ୍ତି ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବୀରେ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଉପରୋକ୍ତ ବିଷୟ ଭିତ୍ତିକ ଏକ ଦାବୀପତ୍ର ମଧ୍ୟ ବଲାଙ୍ଗିର ସହକାରୀ ଜିଲ୍ଲାପାଳ ଶଙ୍କର୍ଷଣ ପଧାନଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ତଥା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଂଜନ ପଧାନଙ୍କ ଜରିଆରେ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ସଂଘ ସଭାପତି ହରିନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର ଉପଦେଷ୍ଟା ଶଙ୍କର ପ୍ରସାଦ ମିଶ୍ର, ନବୀନ କୁମାର ପଶାୟତ, ସୁଧୀର ଚନ୍ଦ୍ର ପଣ୍ଡା, ଗୋପବନ୍ଧୁ ଶତପଥୀ, ଶିଶିର ଶତପଥୀ, ଉପସଭାପତି ଆନଂଦ ଚଂଦ୍ର ସାହୁ, ସାଧାରଣ ସଂପାଦକ ବଳରାମ ମିଶ୍ର, ସଂପାଦକ ରଂଜିତ ବେହେରା, ସାଂଗଠାନିକ ସଂପାଦକ ଶରତ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ସୁନୀଲ କୁମାର ମହାନ୍ତି, ସତ୍ୟସୁନ୍ଦର ଭଂଜ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶରତ ମହାକୁର, ଚନ୍ଦ୍ରଭାନୁ ମୋଲାନା, ପାର୍ଥବନ୍ଧୁ ମହାପାତ୍ର, ବିରେନ୍ଦ୍ର ଝାଙ୍କର, ସୁଧୀର କୁମାର ମିଶ୍ର, ଚିତ୍ତରଂଜନ ମିଶ୍ର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସଂଦୀପ କୁମାର କୁଅଁର, ବିଶ୍ୱଜିତ ଦାଶ, ଶେଖ୍ ମହମ୍ମଦ ୱାହିଦ୍‌, କରୁଣାକର ପ୍ରଧାନ, ପ୍ରଶାନ୍ତ ମହାକୁର, ଦେବାଶିଷ ମିଶ୍ର, ରଘୁନନ୍ଦନ ସିଂହ, ଋତୁରାଜ ସିଂହ, କୁନା ବାଗ, ଶିବାସ ନାୟକ,ଇଙ୍ଗିତ ପଣ୍ଡା ସୁବ୍ରତ ନାୟକ, ବିଶ୍ୱଜିତ ପଟ୍ଟନାୟକ, ଚିତ୍ତରଂଜନ ସାହୁ, ସଂଜୟ ମିଶ୍ର, ଅଭିଳାଶ ହୋତା, ମୁକେଶ ବହିଦାର, ସଚ୍ଚିଦାନନ୍ଦ ବଗର୍ତ୍ତି, ସୁଶାନ୍ତ ଠାକୁର, ରାଧାକୃଷ୍ଣ ମିଶ୍ର, ଗୁପ୍ତେଶ୍ୱର ପୃଷ୍ଟି, ମୁନା ଗୌଡ଼, ଦେବାଶିଷ ବାରିକ, ଅନୋଜ ମିଶ୍ର, ମୋତିଲାଲ ମିଶ୍ର ପ୍ରମୁଖ ସାମ୍ବାଦିକ ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking