27.1 C
Bhubaneswar
Thursday, April 25, 2024
Homeଅପରାଧମାଘ ମେଳା ଚାଲିଥିବା ବେଳେ ସାଧୁଙ୍କ କାରନାମା ...

ମାଘ ମେଳା ଚାଲିଥିବା ବେଳେ ସାଧୁଙ୍କ କାରନାମା …

ଉତ୍ତର ପ୍ରଦେଶ  : ଦିନକୁ ଦିନ ବଳତ୍କାର ପରି ଘଟଣା ବଢି ଚାଲିଥିବା ବେଳେ ଜଣେ ସାଧୁକୁ ଗିରଫ କରିଛି ପୋଲିସ। ୧୪ ବର୍ଷ ର ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ପ୍ରୟାଗରାଜ ର ଭୁସି ଅଂଚଳରେ ଜଣେ ସାଧୁକୁ ଗିରଫ କରିଛି ପୋଲିସ ।ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ନାଁ ସଂଜୀବ କୁମାର ମହାରାଜ ବୋଲି ଜଣାଯାଏ। ପୋଲିସ ସୂତ୍ର ରୁ ଜଣାପଡିଛି ଯେ ସାଧୁ ଜଣକ ମାଘମେଳା ମଇଦାନ ରେ ନିଜ ଶିବିର ଭିତରେ ୫ ଫେବୃଆରୀ ଦିନ ନାବାଳିକା କୁ ବଳତ୍କାର କରିଛି । ନାବାଳିକା ଟି ଫୁଲ ଦେବାପାଇଁ ସେହି ମଇଦାନ ଯାଉଥିବା ବେଳେ ଏଭଳି କାଣ୍ଡ ଘଟାଇଛନ୍ତି ସାଧୁ । ଝିଅଟିର ମା ମେଳା ମଇଦାନରେ ଫୁଲ ବିକିଥାନ୍ତି । ପୀଡିତା ନିଜ ଦୋକାନରୁ ଫୁଲ ନେଇ ପାଖ ଦୋକାନୀ,ମଠ ଗୁଡିକୁ ଫୁଲ ଯୋଗାଏ । ସେଦିନ ମହାରାଜର ଶିବିର କୁ ନାବାଳିକା ଫୁଲ ଦେବାକୁ ଯାଇଥିବା ବେଳେ ପ୍ରସାଦ ଦେବା ବାହାନା ରେ ସନ୍ଥ ତାକୁ ଭିତରକୁ ଡାକି ବଳତ୍କାର କରିଥିଲେ । ସେଠାରୁ କୋଣସି ମତେ ଝିଅଟି ପଳେଇ ଆସି ଏଘଟଣା ବିଷୟରେ ତା ମାଙ୍କୁ ଜଣାଇ ଥିଲା । ଏନେଇ ପୋଲିସ କୁ ଲିଖିତ ଅଭିଯୋଗ କରିବା ପରେ ପୋଲିସ ସାଧୁକୁ ଗିରଫ କରିଛନ୍ତି ।
https://onakhabar.com/2020/02/10/gun-fairing-the-student/
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking