39.1 C
Bhubaneswar
Friday, April 26, 2024
HomeUncategorizedଛତାମଖନା ଠାରେ ଯୁଧିଷ୍ଟିର ମିଶ୍ରଙ୍କ ଜୟନ୍ତୀ ପାଳିତ

ଛତାମଖନା ଠାରେ ଯୁଧିଷ୍ଟିର ମିଶ୍ରଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର,- ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ଗ୍ରାମରେ ନରସିଂହ ସେନା ଗ୍ରାମ୍ୟ ପରି·ଳନା କମିଟି ଦ୍ୱାରା ସମାଜିକ ଦୂରତା ଓ ସରକାରୀ କୋଭିଡ୍ ଗାଇଡ ଲାଇନକୁ ମାନି ସ୍ୱାଧିନତା ସଂଗ୍ରାମୀ, ସମ୍ବିଧାନ ପ୍ରଣୟନ ସଭାର ସଭ୍ୟ, ଶିକ୍ଷା ସଂଗଠକ, ଆଇନଜୀବୀ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ୧୦୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି ଯୁଧିଷ୍ଠିର ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । କମିଟିର ସଭାପତି ତଥା ମୁଖ୍ୟ ଅତିଥି ଯୁବନେତା ସମାଜସେବୀ ଶୁଭ୍ରାଂଶୁ ପଣ୍ଡା ନିଜ ଉଦ୍ବୋଧନରେ ଶ୍ରୀ ମିଶ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଛତାମଖନା ଭଳି ଛୋଟ ଗାଁ ରୁ ଯାଇ ନିଜ ପ୍ରଚେଷ୍ଠା ବଳରେ ଜଣେ ଖ୍ୟାତନାମା ଆଇନଜୀବୀ, ସ୍ୱାଧୀନତା ସଂଗ୍ରାମରେ ପାଟଣାଗଡଜାତ ର ରାଜତନ୍ତ୍ର ବିରୋଧ ରେ ନିର୍ଣ୍ଣାୟକ ଲଢେଇ ର ନେତୃତ୍ୱ, ସମ୍ବିଧାନ ସଭାର ସଭ୍ୟ, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ର କୁଳପତି ଆସନ ମଣ୍ଡନ କରିବା ସହିତ ସେ ଅନେକ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କ ପଦାଙ୍କ ଅନୁସରଣ କଲେ ଆମ ଅଂଚଳ ବିକଶିତ, ସଭ୍ୟ, ଶିକ୍ଷିତ ହୋଇପାରିବ ବୋଲି ମତ ପ୍ରକାଶ କଲେ । ପ୍ରାରମ୍ଭ ରେ ସ୍ୱାଗତ ଭାଷଣ, ଅତିଥି ପରିଚୟ ପୂର୍ବତନ ସରପଞ୍ଚ ସରୋଜ ମେଶ୍ୱା ଦେଇଥିଲା ବେଳେ ଧନ୍ୟବାଦ ମୁରଲୀ ମହାକୁର ଅର୍ପଣ କରିଥିଲେ । ସଭାରେ ଆଖପାଖ ଅଂଚଳର ବୁଦ୍ଧିଜିବୀମାନଙ୍କ ମଧ୍ୟରେ ବଳରାମ ମିଶ୍ର, ରାଧାକାନ୍ତ ମିଶ୍ର, ଶ୍ରୀହରି ମିଶ୍ର, କ୍ରିଷ୍ଣା ପ୍ରଧାନ, ପ୍ରମୋଦ ମିଶ୍ର, କାହ୍ନୁଚରଣ ତ୍ରିପାଠୀ, ବାସୁଦେବ ତ୍ରିପାଠି, ସୀତାରାମ ମିଶ୍ର, ନେପାଲ ଦାଶ, ଶୁଶିଲ ମିଶ୍ର, ନରେନ୍ଦ୍ର ମେଶ୍ୱା, ସୂର୍ଯ୍ୟକାନ୍ତ ବାଗ, ତ୍ରିନାଥ ବାଗ, ନିଳାମ୍ବର ଭୋଇ, ବିମଲ ପୁଟେଲ, ସୁନନ୍ତ ଭୋଇ, କାଳିଆ ଷାଣ୍ଢ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବଲାଙ୍ଗିରର ମାନ୍ୟବର ବିଧାୟକ ଭୂବନେଶ୍ୱରରୁ ଟେଲିଫୋନ ମାଧ୍ୟମରେ ଉପସ୍ଥିତ ଜନତାଙ୍କୁ ଆଗୁଆ ନୁଆଁଖାଇ ଶୁଭେଚ୍ଛା ଜଣାଇବା ସହ କରୋନା ମୁକାବିଲା ପାଇଁ ସରକାରୀ ନିୟମକୁ ମାନି ଚଳିବାକୁ କହି ଗ୍ରାମର ଉନ୍ନତି ସକାଶେ କମିଟିର ପ୍ରୟାସକୁ ପ୍ରଶଂସା କରିଥିଲେ । ସଭା ଶେଷରେ ସମସ୍ତଙ୍କୁ ମାକ୍ସ ଏବଂ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ।

Previous article
ତମ୍ବା ପଇସା କାରବାର ନେଇ ହତ୍ୟାକାଣ୍ଡ : ବଙ୍ଗାଘାଟି ନାଳରୁ ମିଳିଲା ୨ମୃତଦେହ ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ତରବୋଡ଼ ଫାଣ୍ଡି ଅଞ୍ଚଳରେ ତମ୍ବା ପଇସା କାରବାର କୁ ନେଇ ରେଙ୍ଗା ବାହାଲ ଓ ଘଟିପଡାର ଦୁଇଜଣ ଯୁବକ ୧୫ ତାରିଖରୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା । ସୁନାବେଡା ଅଭୟାରଣ୍ୟ ହଲପାପାଲି ଗ୍ରାମ ନିକଟସ୍ଥ ବଙ୍ଗାଘାଟି ନାଳରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ହନୁମାନ ତମ୍ବା ପଇସା ଡିଲ ପାଇଁ ଗତ ୧୫ତାରିଖରେ କୋମନା ଥାନା ରେଙ୍ଗାବାହଲ ଗ୍ରାମର ପଦ୍ମନ ମାଝୀ(୪୫)ଙ୍କ ସହ ଲଖନା ଥାନା ଘାତିପଡାର ପିଣ୍ଟୁ ସାହୁ(୨୩) ୨ଲକ୍ଷ ଟଙ୍କା ଧରି ବଙ୍ଗାଘାଟି ତଳେ ପହଞ୍ଚି ଥିଲେ । ଏହାପରେ ଆଉ ଦୁଇଜଣ ଯୁବକ ନୂଆପଡ଼ା ଥାନା କେରମେଲି ଗ୍ରାମର ଯୁବକ ଗୁଡୁ ମାଝୀ ଓ କୋମନା ଥାନା ସିଆଲଟି ଗ୍ରାମର ଯୁବକ ତୁଲା ମାଝୀ ତଳେ ଥିବା ଦୁଇଜଣଙ୍କୁ ଘଟି ଉପରକୁ ଡାକି ନେଇଥିଲେ । କିନ୍ତୁ ପିଣ୍ଟୁ ସମ୍ପର୍କୀୟ କକା ଡମ୍ବରୁ ସାହୁଙ୍କୁ ବାଇକ ଜଗିବାକୁ କହିଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ପିଣ୍ଟୁ ଓ ପଦ୍ମନ ନଫେରିବାରୁ ସେ ତାଙ୍କ ଘରକୁ ଫେରି ଯାଇଥିଲେ । ୧୬ ତାରିଖ ଡମ୍ବରୁ ଘଟିପଡା ଯାଇ ପିଣ୍ଟୁ ଖୋଜି ପାଇନଥିଲେ । ଏନେଇ ତରବୋଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ତିନିଦିନ ଧରି ସେମାନଙ୍କ ଖୋଜ ଖବର ନମିଳିବାରୁ ମଙ୍ଗଳବାର ଗ୍ରାମବାସୀମାନେ ବଙ୍ଗାଘାଟିକୁ ଚଢି ଖୋଜା ଖୋଜି କରିଥିଲେ । ଏହି ସମୟରେ ନାଳରେ ଦୁଇଜଣଙ୍କ ମୃତଦେହ ଭାସୁଥିବା ଦେଖି ପାଖକୁ ଯାଇ ଦୁଇ ଜଣ ଯୁବକ ପିଣ୍ଟୁ ଓ ପଦ୍ମନ ବୋଲି ଚିହ୍ନଟ କରିଥିଲେ । ଏହାପରେ ପୁଲିସକୁ ଖବର ଦେଇଥିଲେ । ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ କୋମନା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ, ତରବୋଡ଼ ଫାଣ୍ଡି ଅଧିକାରୀ ଲଛିନ୍ଦ୍ର ଚଳାନ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ । ମୃତ ଯୁବକଙ୍କୁ ଘାଟି ଉପରକୁ ନେଇଥିବା ସିଆଲଟି ଗ୍ରାମର ତୁଲା ଧରୁଆ ଓ ସାଙ୍ଗରେ ଯାଇଥିବା ଡମ୍ବରୁ ସାହୁକୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଗୁଡୁ ମାଝୀ ଫେରାର ଥିବା ପୁଲିସ କହିଛି । ନୂଆପଡ଼ା ପୁଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।
Next article
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking