26.1 C
Bhubaneswar
Wednesday, May 8, 2024
Homeଓଡିଶାନେଲା ବେଳେ ଫିକ୍ସଡ୍ ପ୍ରାଇସ.. ଦେଲା ବେଳେ ପାରିଶ୍ରମିକ ବୋଝ !!

ନେଲା ବେଳେ ଫିକ୍ସଡ୍ ପ୍ରାଇସ.. ଦେଲା ବେଳେ ପାରିଶ୍ରମିକ ବୋଝ !!

ବଲାଙ୍ଗିର, – ଯୁଆଡେ ଦେଖିଲେ ସେଆଡେ ଫିକ୍ସଡ୍ ପ୍ରାଇସ୍ । କପଡା ଲତା ରୁ ଇଲେକ୍ଟ୍ରୋନିକ୍ସ ପର୍ଯ୍ୟନ୍ତ, ଆଳୁ ପିଆଜରୁ ସିମେଣ୍ଟ ଛଡ ପଯ୍ୟନ୍ତ, ଏପରିକି ବିଭିନ୍ନ ସାମାନ ମରାମତି କରୁଥିବା କିମ୍ବା ସେବା ଯୋଗାଉଥିବା ବ୍ୟାପାରୀ ରଖିଛନ୍ତି ଫିକ୍ସଡ୍ ପ୍ରାଇସ୍ । ସତେ ଯେମିତି ଗ୍ରାହକଙ୍କ ମୁଲଚାଲ କରିବା ଅଧିକାର ହିଁ ନାହିଁ । ଯଦି କିଏ ଭୁଲ ବସତଃ ମୁଲଚାଲ କରିଦିଏ କିଛି ଦୋକାନୀ ତାକୁ ଏପରି ଆଖିରେ ଦେଖନ୍ତି ସତେ ଯେମିତି ସିଏ ହିଁ ପ୍ରକୃତ ଦେଶଦ୍ରୋହୀ । ସରକାର ଦେଇଥିବା ଗ୍ରାହକ ଅଧିକାର ଚୁଲିକି ଯାଉ,ତାକୁ ପାକିସ୍ଥାନ ତଡିଦେବା ଆବଶ୍ୟକ । ତେବେ ଫିକ୍ସଡ୍ ପ୍ରାଇସ୍ ଗ୍ରାହକ କୁ ଠିକ ଲାଗୁ ନ ଲାଗୁ ଏହାର ଦାମ ଦେଇ, ନିଜର ଇଜ୍ଜତ ବଞ୍ଚାଇବାକୁ ସାଧାରଣରେ ବାଧ୍ୟ ହୁଏ । କୌଣସି ଜିନିଷ ହେଉ, ଏମଆରପି ଥାଉ ନଥାଉ ସତେ ଯେମିତି ଉକ୍ତ ଜିନିଷର ଦରଦାମ ଫିକ୍ସ୍ କରିବା ଏକାଧୀକାର କେବଳ ଏମାନଙ୍କର । ସହରରେ ଏଭଳି ଦୋକାନ ମାଳ ମାଳ ଦେଖିବାକୁ ମିଳେ । ଯେଉଁ ଦୋକାନିମାନେ କିଛି ରିହାତି ଦେଉଥିଲେ ସେମାନେ ବି ଧିରେ ଧିରେ ଏବେ ଫିକ୍ସଡ୍ ପ୍ରାଇସ୍ ରୋଗର କବଳରେ । ଗ୍ରାହକଙ୍କ କୌଣସି ମତାଧିକାର ହି ନାହିଁ ସେଇଟା ପୁଣି ରାଜ୍ୟର ସବୁଠୁ ଅନଗ୍ରସର ପଛୁଆ ଅଞ୍ଚଳରେ, ଯେଉଁଠି ରାଜ୍ୟର ସବୁଠୁ ଗରିବ ଲୋକ ବସବାସ କରନ୍ତି । ତେବେ ଯେଉଁଠି ଗ୍ରାହକମାନେ ଏଭଳି ଦୋକାନିମାନଙ୍କ ମନ ମାଫିକ ଦାମ ଦେବାକୁ ବାଧ୍ୟ ହେଉଛନ୍ତି ସେଇଠି ହେମାଲ ମାନଙ୍କ ଖରା, ବର୍ଷା,ଶୀତର ଅଥକ ପରିଶ୍ରମର ମାମୁଲି ପାରଶ୍ରମିକ ଦାବୀକୁ ନେଇ ଏପରି ତୁମୁଳ କାଣ୍ଡକୁ ବୁଦ୍ଧିଜିବି ସାଧାରଣରେ ନିନ୍ଦା କରିବା ସହ ଫିକ୍ସଡ୍ ପ୍ରାଇସ ନେଉଥିବା ବ୍ୟାପାରିଙ୍କ ପାଇଁ ହେମାଲଙ୍କ ପାରିଶ୍ରମିକ ବୋଝ କିପରି ହୋଇ ପଡୁଛି ବୋଲି ପ୍ରଶ୍ନ କରୁଛନ୍ତି । ତେବେ କିଛି ଶ୍ରମିକଙ୍କ ଅତ୍ୟଧୀକ ପାରିଶ୍ରମିକ ଦାବୀ ତଥା ଗ୍ରାହକଙ୍କ ପ୍ରତି ଦୁର୍ବ୍ୟବହାରକୁ ମଧ୍ୟ ଲୋକେ ସାଧାରଣରେ ନାପସନ୍ଦ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking