33.1 C
Bhubaneswar
Saturday, April 27, 2024
Homeଓଡିଶାଲୋକଙ୍କୁ ଭାରି ପଡିପାରେ ବିଧାୟକଙ୍କ ପବ୍ଲିସିଟି ଷ୍ଟଣ୍ଟ

ଲୋକଙ୍କୁ ଭାରି ପଡିପାରେ ବିଧାୟକଙ୍କ ପବ୍ଲିସିଟି ଷ୍ଟଣ୍ଟ

ବଲାଙ୍ଗିର/ପାଟଣାଗଡ; – କିଛି ଦିନ ତଳେ ପାଟଣାଗଡ ବିଧାୟକ ସରୋଜ ମେହେର ସାମାଜିକ ଗଣ ମାଧ୍ୟମରେ କିଛି ଫଟୋ ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ତାଙ୍କ ଲୋକ ପାଟଣାଗଡର ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ଖାଇବା ସାମଗ୍ରି ବଣ୍ଟନ କରୁଥିବା ଦେଖାଯାଇଛି । ଏହି ଫଟୋ ଭାଇରାଲ ହେବା ପରେ ଏହା ।ଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜନସାଧାରଣଙ୍କ ପାଇଁ ସରକାର ସମସ୍ତ ଅତ୍ୟାବଶକିୟ ସୁବିଧା ଯୋଗାଇ ଦେଉଛନ୍ତି । ପାଟଣାଗଡ ବିଧାୟକ ଖୋଦ ସରକାରି ଦଳର ହୋଇଥିବା ବେଳେ ବିଭିନ୍ନ ସରକାରି ଯୋଜନାର ତଦାରଖ କରିବା ପରିବର୍ତ୍ତେ, କରୋନା ସମ୍ବନ୍ଧିୟ ସମସ୍ତ ସରକାରି ନିତି ନିୟମ ଉଲ୍ଲଂଘନ କରି ଲୋକଙ୍କୁ ବିଭିନ୍ନ ସାମଗ୍ରି ବଣ୍ଟନ କରିବାକୁ ବିଭିନ୍ନ ମହଲରେ ବିଧାୟକଙ୍କ ପବ୍ଲିସିଟି ଷ୍ଟଣ୍ଟ୍ ବୋଲି କହିବା ସହ ବିଧାୟକ ଓ ଦଳିୟ କର୍ମକର୍ତ୍ତା ଏହାର ସଂକ୍ରମଣ ଦିଗ ପ୍ରତି ଧ୍ୟାନ ନଦେଲେ ଆଗାମି ଦିନରେ ଏହା ଅଂଚଳବାସିଙ୍କ ପାଇଁ ଭାରି ପଡିବ ବୋଲି ଲୋକେ ଆଶଙ୍କା କରୁଛନ୍ତି ।
ପ୍ରକାଶେଯାଗ୍ୟ ଯେ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ସ୍ୱତନ୍ତ୍ର ନିୟମ ପ୍ରଣୟନ କରିଛନ୍ତି । କରୋନା ସଂକ୍ରମଣ ନହେବା ପାଇଁ ସଙ୍ଗରୋଧକୁ ଗୁରୁତ୍ୱ ଦେଇ ସାରା ରାଜ୍ୟକୁ ଲକ ଡାଉନ କରାଯିବା ସହ ବିନା କାମ ରେ ଘରୁ ବାହାରିବା ,ଲୋକସମ୍ପର୍କ ରୁ ଦୁରେଇ ରହିବା , ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଗଲେ ଅତିିକମ ରେ ୧ ମିଟର ଦୁରତା ରକ୍ଷା କରିବା ଓ ଘରୁ ବାହାରିଲା କ୍ଷଣି ମାସ୍କ ବ୍ୟବହାର କରିବା ଭଳି କଟକଣା ମାନ ଲଗାଇଛନ୍ତି । ଏହି ସବୁ ନିୟମ ଉଲ୍ଲଂଘନ ନ କରିବା ପାଇଁ ଖୋଦ ମୁଖ୍ୟ ମନ୍ତ୍ରୀ ନବୀନ ହାତ ଯୋଡି ଜନସାଧାରଣଙ୍କୁ ନିବେଦନ କରିବା ସହ, ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବା ନେଇ ତାଗିଦ ମଧ୍ୟ କରିଛନ୍ତି । କିନ୍ତୁ ଖୋଦ ପାଟଣାଗଡ ବିଧାୟକ ସରୋଜ ମେହେର ଏବଂ ତାଙ୍କ ସମର୍ଥକ ମାନେ ସରକାରି ନିୟମ କାନୁନର ଅବମାନନା କରିବା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ମହାମାରୀ ସମୟରେ, କରୋନା ସମ୍ବନ୍ଧିୟ ନିୟମର ଉଲ୍ଲଂଘନ କରି ଗରିବ ଜନସାଧାରଣଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସମୟରେ ମାସ୍କ,ଗ୍ଲୋପ୍ସ ବ୍ୟବହାର ନକରିବା,୧ ମିଟର ଦୁରତା ରକ୍ଷା ନକରିବା,ଏପରିକି ନିଜ ପ୍ରଚାର ପ୍ରସାର ପାଇଁ ଏହାର ଫଟୋ ଉଠାଇବା ଅଭିଯୋଗ ହେଉଛି । ତେବେ ଏଭଳି ସ୍ୱଛତା,ମାସ୍କ୍ ଓ ସଙ୍ଗରୋଧର ଅବହେଳା ଲୋକଙ୍କୁ କରୋନା ହାବୁଡରେ ପକାଇବ ବୋଲି ଲୋକେ ଆଶଙ୍କା କରୁଛନ୍ତି । ସେହିପରି ଦଳିୟ ବିଧାୟକ ଓ କର୍ମକର୍ତ୍ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭିନ୍ନ ନିୟମ ପ୍ରଣୟନ କରିଛନ୍ତି, ନା ନବିନ ସରକାରଙ୍କ ବ୍ୟବସ୍ଥା ଉପରେ ବିଧାୟକଙ୍କ ଭରଷା ନାହିଁ ବୋଲି କିଛି ଲୋକ ପ୍ରଶ୍ନ କରୁଛନ୍ତି । ଆହୁରି ଦଲର ସ୍ଥାନିୟ କାର୍ଯ୍ୟାଳୟରେ, ସରକାରି ନିୟମ ବିରୁଦ୍ଧରେ ୧୦ରୁ ୧୨ରୁଣ୍ଡ ହୋଇ ଖାଦ୍ୟ ସାମଗ୍ରି ଭର୍ତ୍ତକରୁଥିବା ଫଟୋ ଖୋଦ ବିଧାୟକ ସରୋଜ ବିଭିନ୍ନ ଗଣମାଧ୍ୟମରେ ସେଆର କରିବା ଅଶ୍ଚର୍ଯ୍ୟଜନକ ବୋଲି ଲୋକେ କହୁଛନ୍ତି । ତେବେ ପାଟଣାଗଡ ବିଧାୟକ ସରୋଜ ମେହେର କରୋନାକୁ ଭୟ ନକରି ନିଜ ଦଳୀୟ ସମର୍ଥକ ଙ୍କ ମାଧ୍ୟମ ରେ ପାଟଣାଗଡ ଏନଏସି ର ବିଭି୍‌ନ୍ନ ୱାର୍ଡ ରେ ବୁଲିବୁଲି ଗରିବ ଜନସାଧାରଣଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରି ବଣ୍ଟନ କରୁଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ବିଧାୟକଙ୍କ ଏହି ମହତ କାମ ତାଙ୍କୁ ଲୋକଙ୍କ ଆହୁରି ନିକଟବର୍ତ୍ତି କରିଛି ବୋଲି କହିବା ସହ ଅନେକେ ବିଧାୟକ ସରୋଜ ମେହେରଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking