39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବଲାଙ୍ଗୀରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବଲାଙ୍ଗୀରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ

ବଲାଙ୍ଗିର,(ଦେବାଶିଷ ମିଶ୍ର)- ଆଜି ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟ ନିକଟସ୍ଥ ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନଃର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ (ନିରତାର) କେନ୍ଦ୍ର ତରଫରୁ କରୋନା କୋଭିଡ-୧୯କଟକଣା ଅନୂପାଳନ ପୂର୍ବକ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଅଛି । ସେଣ୍ଟର ଅଫିସ ଇନଚାର୍ଜ ସୁରେନ୍ଦ୍ର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ମାନୀତ ଅତିଥି ଭାବରେ ମୁନିସିପାଲିଟି ଏକ୍‌ଜ୍ୟୁକିଟିଭ୍ ଅଫିସର ମନୋଜ ସତ୍ୟବାନ ମହାଜନ, ଜିଲ୍ଲା ଚିକିତ୍ସା ଅଧିକାରୀ ଡ.ଭୀମ ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା,ଡିଏସଏସଓ ନବ କିଶୋର ସାହୁ,ଡ. ଜେ.କେ ପୃଷ୍ଟି,ଡ.ଆର୍ଶିବାଦ ଶତପଥି,ଡ.ପୁଷ୍ପରଂଜନ ମିଶ୍ର ପ୍ରମୁଖ ଯେଗାଦାନ କରିଥିଲେ । ଭିନ୍ନକ୍ଷମ ହେଲେ ମଧ୍ୟ ଦିବ୍ୟଙ୍ଗମାନେ ବିଭିନ୍ନ କ୍ଷେତ୍ରରେ ନିଜସ୍ୱ ପାରଦର୍ଶିତା ପ୍ରଦର୍ଶନ କରି ଦେଶ ତଥା ସମାଜର ଗୌରବ ଆଣିବା ସହ ମାନବିକତା ସେବାରେ ସେମାନଙ୍କ ଦୃଷ୍ଟାନ୍ତ ମୂଳକ ଯୋଗଦାନ ବିଷୟରେ ଅତିଥି ବୃନ୍ଦ ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଚଳିତ ବଷର୍ର “ଲିଭ ନୋ ୱାନ୍ ବିହାଇଣ୍ଡ” ବାର୍ତ୍ତା ପ୍ରଦାନ କରି ଏ ଦିଗରେ ସମସ୍ତ ଅଧିକାରୀ ଏବଂ ବ୍ୟକ୍ତି ବିଶେଷ ଦିବ୍ୟାଙ୍ଗ ମାନଙ୍କୁ ସ୍ନେହ ସ୍ୱଭାବ ପ୍ରଦର୍ଶନ ପୂର୍ବକ ସେମାନଙ୍କ ସାମାଜିକ ଏବଂ ସାଂସ୍କୃତିକ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଅଛନ୍ତି ।
ଏହି ଅବସରରେ ଦିବ୍ୟାଙ୍ଗ ମାନଙ୍କୁ ଟ୍ରାଇ ସାଇକଲ ଏବଂ ଟ୍ରାନସଂଜେଣ୍ଡରଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ପରେ ଦିବ୍ୟାଙ୍କ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମରେ ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ,ରବି ଚନ୍ଦ୍ର ପଶାୟତ,ସର୍ବଶିକ୍ଷା ଅଭିଯାନର ଆଇ.ଡି ସଂଯୋଜକ ପ୍ରଶାନ୍ତ ସରାପ, ବାବୁଲାଲ ସୁନା, ସୋମ୍ୟ ମିଶ୍ର, ରିଙ୍କୁ ବାରିକ,ସଂଗୀତା ରାଉତ , ବିଭିନ୍ନ ବ୍ଲକର ବି.ଆର.ଟି , ଦିବ୍ୟାଙ୍ଗ ତଥା ଜନସାଧାରଣ ଉପସ୍ଥିତ ଥିଲେ । ରଂଜିତା ପଣ୍ଡା ଏବଂ ପଙ୍କଜ ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଡ. ସୂରଜ କୁମାର ବଡଜେନା (ଫିଜିଓଥେରାପିଷ୍ଟ) ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking