38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସହରରେ ସଚେତନତା ଅଭିଯାନ କଲା ବିଜେଡି

ସହରରେ ସଚେତନତା ଅଭିଯାନ କଲା ବିଜେଡି

କେନ୍ଦୁଝର: କରୋନା ମହାମାରୀ ପାଇଁ ବିଶ୍ୱ ବ୍ୟତିବ୍ୟସ୍ତ । ଏହି କରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ସରକାରୀ ସ୍ତରରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହା ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ୟ ସଚେତନତା ଅଭିଯାନ କରାଯାଉଛି । ଓଡ଼ିଶାରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ପ୍ରୟାସ ଜାରି ରହିଛି । ଆଜି କେନ୍ଦୁଝର ସହରରେ ବିଜୁ ଜନତା ଦଳ ପକ୍ଷରୁ କରୋନା ମହାମାରୀ ରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟରୁ ଦଳର ଶତାଧିକ କର୍ମୀ ହାତରେ ମାସ୍କ ଓ ସାନିଟାଇଜର ଧରି ସହର ପରିକ୍ରମା କରିଥିଲେ । ଯେଉଁ ମାନଙ୍କ ମୁହଁରେ ମାସ୍କ ନଥିଲା ତାଙ୍କୁ ମାସ୍କ ପିନ୍ଧାଇ ଥିଲେ ବିଜୁ ଜନତା ଦଳର କର୍ମୀମାନେ । ଏହି ସଚେତନତା ଅଭିଯାନ ସହ ଦଳ ପକ୍ଷରୁ ରକ୍ତଦାନ ଶିବିର ମଧ୍ୟ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking