ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ ଦାବି

ଯାଜପୁର: ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ ଦାବୀରେ ଯାଜପୁର ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ । ମଂଗଳପୁର ପୁର ଥାନା ଦୁଦୁରାଂଟା କୁଅଁରସାହୀରେ ଘଟିଥିବା ହତ୍ୟାକାଣ୍ଡରେ ମୃତକ କାର୍ତିକ ଯେନାଙ୍କ ପରିବାରକୁ ସରକାରୀ ସହାୟତା ଦାବୀ କରି ବହୁଜନ ସମାଜ ପାର୍ଟି ପକ୍ଷରୁ ଏକ ଦାବୀ ପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଥିସହିତ ଏଥିରେ ଅନ୍ୟ ଜଣେ ଆହତ ଏବେ ବି ଚିକିତ୍ସାଧିନ ଥିବାରୁ ତାଙ୍କ ଚିକିତ୍ସା ପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ଦାବୀ ହୋଇଛି । ବହୁଜନ ସମାଜ ପାର୍ଟିର ସଭାପତି ରମେଶ ଯେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here