29.1 C
Bhubaneswar
Sunday, May 19, 2024
Homeଅପରାଧନିଶାସକ୍ତ ଯୁବକଙ୍କ ଉନ୍ମକ୍ତକାଣ୍ଡ: ଯୁବତୀଙ୍କ ସ୍କୁଟିରେ ନିଆଁ ଲଗାଇବାକୁ ଉଦ୍ୟମ

ନିଶାସକ୍ତ ଯୁବକଙ୍କ ଉନ୍ମକ୍ତକାଣ୍ଡ: ଯୁବତୀଙ୍କ ସ୍କୁଟିରେ ନିଆଁ ଲଗାଇବାକୁ ଉଦ୍ୟମ

ଭୁବନେଶ୍ୱର : ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଟିଆ ଷ୍ଟେସନ ରୋଡ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ରାସ୍ତାରେ ଜଣେ ନିଶାସକ୍ତ ହୋଇ ଜଣେ ଯୁବକ ରାସ୍ତାରେ ଉନ୍ମକ୍ତକାଣ୍ଡ ଭିଆଇଛନ୍ତି । ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କୁ ଅଟକାଇ ଗାଡ଼ିକୁ ଗୋଇଠା ମାରି ତଳେ ପକାଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିଲେ । ଘଟଣା ସ୍ଥଳରେ ଉପସ୍ଥିତି ଲୋକେ ଯୁବତୀଙ୍କୁ ଉଦ୍ଧାର କରି ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଜଣେ ଯୁବକ ମଦ ନିଶାରେ ପଟିଆ ଷ୍ଟେସନ ରାସ୍ତାରେ ଛିଡ଼ା ହୋଇଥିଲେ । ସେହି ସମୟରେ ଜଣେ ଯୁବତୀ ସ୍କୁଟି ନେଇ ଉକ୍ତ ରାସ୍ତାରେ ଯାଉଥିଲେ ।

ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କୁ ଅଟକାଇ ଗୋଇଠା ମାରି ତାଙ୍କ ସ୍କୁଟିକୁ ତଳେ ପକାଇ ଦେଇଥିଲେ । ପରେ ସେଠାରେ ଥିବା ଏକ ଦୋକାନରୁ ଏକ ଡିଆସିଲି ଆଣି ସ୍କୁଟିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ଏପରିକି ଯୁବତୀ ଜଣଙ୍କୁ ଅତି ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଘଟଣା ସ୍ଥଳରେ ଯୁବତୀ ଜଣଙ୍କ ନିରୁପାୟ ହୋଇ ନିଜ ଘରକୁ  ଫୋନ୍ କରିଥିଲେ । ସେଠାରେ ଉପସ୍ଥିତ ଅନ୍ୟ ଜଣେ ଯୁବକ ବୁଝାସୁଝା କରିବା ସହ ଯୁବତୀଙ୍କ ଗାଡ଼ିକୁ ଉଠାଇ ତାଙ୍କୁ ଘଟଣା ସ୍ଥଳରୁ ଚାଲିଯିବାକୁ କହିଥିଲେ । ଆଜି ରୋଜ ଡେ ଥିବା ଏବଂ ଉକ୍ତ ଯୁବକଙ୍କ ସହ ଯୁବତୀଙ୍କ ପ୍ରେମ ସମ୍ପର୍କରେ ମନୋ ମାଳିନ୍ୟ କାରଣରୁ ଏହିଭଳି ଘଟିଥିବା ସମାଧାନ କରିଥିବା ଯୁବକଙ୍କଠାରୁ ସୂଚନା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking