29.1 C
Bhubaneswar
Thursday, October 6, 2022
Homeତାମିଲନାଡୁ ନିର୍ବାଚନମୋଦିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ

ମୋଦିଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜ ଭଳି ନେତାଙ୍କ ନିଧନ ପିଏମ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ହୋଇଥିଲା । କାରଣ ତାଙ୍କର ଚାପ ଓ ଉତ୍ପୀଡନକୁ ସେମାନେ ସହ୍ୟ କରିପାରିନଥିଲେ । ଏଭଳି ଆପତ୍ତିଜନକ ଟିପ୍ପଣୀ ପାଇଁ ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ନିର୍ବାଚନ ଆୟୋଗ ନୋଟିସ କରିଛନ୍ତି । ଆୟୋଗ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଉଦୟନିଧି ସମୟ ମଧ୍ୟରେ ନିଜ ତରଫରୁ ଜବାବ ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନୋଟିସରେ କୁହାଯାଇଛି ଯେ, ଆୟୋଗଙ୍କୁ ବିଜେପି ପକ୍ଷରୁ ୨ ଏପ୍ରିଲରେ ଅଭିଯୋଗ ମିଳିଥିଲା ଯେ, ଉଦୟନିଧି ଧାରାପୁରମରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଏମିତି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।
ଏଭଳି ବିବାଦୀୟ ଟିପ୍ପଣୀରେ ଉଦୟନିଧି କହିଥିଲେ, ସୁଷମା ସ୍ୱରାଜ ଓ ଅରୁଣ ଜେଟଲୀଙ୍କ ନିଧନ ଏଥିପାଇଁ ହେଲା, କାରଣ ପିଏମ ନରେନ୍ଦ୍ର ମୋଦିଙ୍କ ଚାପ ଓ ଉତ୍ପୀଡନକୁ ସେମାନେ ସହିପାରିଲେନି । ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ଏହି ଟିପ୍ପଣୀରେ ଆଚାର ସହିଂତା ଉଲ୍ଲଂଘନ କରିବା ଭଳି କାମ ରହିଛି । ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ, କୌଣସି ନେତା ବିପକ୍ଷ ଦଳର ନିତୀ, ପୂର୍ବ କାମ ଓ ରେକର୍ଡକୁ ଆଧାର କରି ଆଲୋଚନା କରିପାରେ । ଆଚାର ସହିଂତା ମୁତାବିକ କୌଣସି ନେତାଙ୍କ ବ୍ୟକ୍ତିଗତ ଜୀବନ କିମ୍ବା ସମ୍ବନ୍ଧ ରେ କିଛି ଆପତ୍ତିଜନକ ଟିପ୍ପଣୀ ଦିଆଯାଇପାରିବ ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking