32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଅସ୍ତ୍ରଶସ୍ତ୍ର ଲାଇସେନ୍ସ ଦୁର୍ନୀତି : ଜମ୍ମୁ-କଶ୍ମୀରର ୪୦ ସ୍ଥାନରେ ସିବିଆଇ ଚଢଉ

ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଦୁର୍ନୀତି : ଜମ୍ମୁ-କଶ୍ମୀରର ୪୦ ସ୍ଥାନରେ ସିବିଆଇ ଚଢଉ

ଶ୍ରୀନଗର:  ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ସିବିଆଇ ପକ୍ଷରୁ ଶନିବାର ଜମ୍ମୁ-କଶ୍ମୀରର ୪୦ଟି ସ୍ଥାନରେ ଚଢଉ କରାଯାଇଛି । ଏହି ସହର ମଧ୍ୟରେ ଶ୍ରୀନଗର, ଜମ୍ମୁ, ଉଦ୍ଧାମପୁର, ରାଜୌରୀ, ଅନନ୍ତନାଗ, ବାରମୁଳା ଅନ୍ତର୍ଭୁକ୍ତ । ଏହାବ୍ୟତୀତ ଦିଲ୍ଲୀର କେତେକ ସ୍ଥାନରେ ମଧ୍ୟ ଚଢଉ କରାଯାଇଛି । ୨୦୧୨ରୁ ୨୦୧୬ ମଧ୍ୟରେ କେବଳ ଜମ୍ମୁ-କଶ୍ମୀରର ୨୨ ଜିଲ୍ଲାରେ ୨.୭୮ ଲକ୍ଷ ଅଯୋଗ୍ୟ ବ୍ୟକ୍ତିଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି ଦୁର୍ନୀତିରେ ଆଇଏଏସ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପ୍ରଶାସନିକ ଅଧିକାରୀ ସଂପୃକ୍ତ ଥିବା ପ୍ରମାଣ ମିଳିଛି । ସେତେବେଳେ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ପାଉଥିବାବେଳେ ଆତଙ୍କବାଦ ଚରମସୀମାରେ ପହଞ୍ଚିଥିଲା । ପ୍ରଶାସନିକ ଅଧିକାରୀ ଓ ଅସ୍ତ୍ରଶସ୍ତ୍ର ବ୍ୟବସାୟୀଙ୍କ ମଧ୍ୟ ମଧୁଚନ୍ଦ୍ରିକା ଯୋଗୁ ଏଭଳି ଦୁର୍ନୀତି ହୋଇଥିବା ସିବିଆଇ ଜାଣିବାକୁ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking