32.1 C
Bhubaneswar
Thursday, March 28, 2024
Homeଓଡିଶା୨୮ରେ ଆଉ ଏକ ଲଘୁଚାପ, ସୋମବାରଠୁ ବଢ଼ିବ ବର୍ଷା

୨୮ରେ ଆଉ ଏକ ଲଘୁଚାପ, ସୋମବାରଠୁ ବଢ଼ିବ ବର୍ଷା

ଭୁବନେଶ୍ୱର:  ରାଜ୍ୟରେ ୨୮ରୁ ବଙ୍ଗୋପସାଗର ତଥା ତାର ନିକଟବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିଛି । ଫଳରେ ରାଜ୍ୟରେ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି ।
ସେପଟେ ଉପରମୁଣ୍ଡରେ ବଢ଼ିଥିବା ବର୍ଷା ସକାଶେ ଦକ୍ଷିଣ ଓଡ଼ିଶାରେ ପ୍ରବାହିତ ଗୋଦାବରୀ ଓ ଉତ୍ତର ଓଡ଼ିଶାରେ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ଫୁଲିବାରେ ଲାଗିଛି । ପ୍ରବଳ ବର୍ଷା କାରଣରୁ ଆଖୁଆପଦାଠାରେ ବୈତରଣୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିପଦ ସଙ୍କେତ ୧୭.୮୩ ଥିଲାବେଳେ ଏବେ ୧୭.୯୪ ମିଟର ଉପରେ ଜଳ ପ୍ରବାହିତ ହେଉଛି । ଫଳରେ ବନ୍ୟା ଜଳ ନଦୀରେ ଆସିବା ସହ ବିପଦ ସଙ୍କେତ ଆଡ଼କୁ ଗତି କରୁଥିବା ସୂଚନା ମିଳିଛି । ସେହିପରି ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମ୍‌ରେ ବିପଦ ସଙ୍କେତ ଛୁଇଁଛି ଗୋଦାବରୀ ନଦୀ । ନଦୀର ଜଳସ୍ତର ତେଲେଙ୍ଗାନାର ଭଦ୍ରାଚଳମଠାରେ ୪୩ ଫୁଟ ଛୁଇଁବା ପରେ ପ୍ରଥମ ବିପଦ ସଂକେତ ଜାରି ହୋଇଛି । ଏବେ ୧୫ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି ।

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ବର୍ଷା ଲାଗି ରହିଥିବାରୁ ଗୋଦାବରୀ ନଦୀ କୁଳିଆ ତଳିଆ ଅଞ୍ଚଳରେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉ କି, ଗୋଦାବରୀ ନଦୀ ସହ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସବେରୀ ନଦୀ ସିଧା ମିଶିଛି । ଏହାବାଦ ଜିଲ୍ଲାର ଛୋଟ ବଡ ନଦୀ ଗୁଡିକ ସିଲେରୁ ଓ ସବେରୀ ସହ ମିଶିଛି । ଏବେବି ମାଲକାନଗିରି ଜିଲ୍ଲାରେ ବର୍ଷାର ପରିମାଣ କମ୍ ଥିଲେ ମଧ୍ୟ ଉପରମୁଣ୍ଡରେ ଅଧିକ ବର୍ଷା କାରଣରୁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି । ଲଗାଣ ବର୍ଷା ଯୋଗୁ ମୋଟୁ ସମେତ ନଦୀ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ଏହା ଉପରେ ସତର୍କ ନଜର ରଖିଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଦକ୍ଷେପ ନିଆଯାଉଥିବା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଛି । ଏପଟେ ଶନିବାର ହୀରାକୁଦ ଜଳ ଭଣ୍ଡାରରେ ୪ଟି ଗେଟ୍ ଖୋଲିଛି । ବର୍ତ୍ତମାନ ଜଳ ଭଣ୍ଡାରର ଜଳସ୍ତର ୬୦୭. ୫୬ ଫୁଟରେ ପହଁଚିଛି ।

ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ୮୬ ହଜାର ୧୮୦ ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଛି । ଯାହାପାଇଁ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶ ପାଇଛି । ସେପଟେ ରବିବାର ରାଜ୍ୟର ମାତ୍ର ୩ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ବାକି ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ କାଳବୈଶାଖୀ ହେବା ନେଇ ମଧ୍ୟ ଆଶଙ୍କା ରହିଛି । ଏନେଇ ପାଣିପାଗ କେନ୍ଦ୍ର ରାଜ୍ୟର ମୟୁରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବାବେଳେ ବାକି ସମସ୍ତ ଜିଲ୍ଲାରେ ସତର୍କ ରହିବାକୁ ପରାମର୍ଶ ଦେଇଛି । ଅନ୍ୟପଟେ ରାଜ୍ୟରେ ସେମାବାରଠାରୁ ପୁଣି ବର୍ଷାର ପରିମାଣ ବୃଦ୍ଧିପାଇବ ।

ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ୱର, ମାଲକାନାଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁର ମୋଟ ୧୧ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାବ୍ୟତୀତ ସମସ୍ତ ଜିଲ୍ଲାରେ ମୌସୁମୀ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଏବେ ବାୟୁମଣ୍ଡଳରେ ଲମ୍ବିଥିବା ନିମ୍ନଚାପରେଖାର ନିୟାମକରୁ ଓଡ଼ିଶା ଆକାଶରେ ମେଘଭରା ବାଦଲ ଭରି ହୋଇ ରହିଛି । ଏବେ ଶ୍ରାବଣ ମାସ ଆରମ୍ଭ ହୋଇଥିବାବେଳେ ବର୍ଷା ପରିମାଣ ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking