33.1 C
Bhubaneswar
Wednesday, April 24, 2024
Homeଅପରାଧକୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିବ ଇଡି

କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ କରିବ ଇଡି

ନୂଆଦିଲ୍ଲୀ: ଅଶ୍ଳୀଳ ଚଳଚ୍ଚିତ୍ର ବ୍ୟବସାୟରେ ଲିପ୍ତ ରହିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିବାବେଳେ ଜୁଲାଇ ୨୭ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ହାଜତରେ ରହିବାକୁ ଅଦାଲତ ନିର୍ଦ୍ଦେଶ ଦେଇସାରିଛନ୍ତି । କୁନ୍ଦ୍ରାଙ୍କ ଏହି ପର୍ଣ୍ଣ ସାମ୍ରାଜ୍ୟର ଗୁମର ମୁମ୍ବାଇ ପୁଲିସ ଆସ୍ତେ ଆସ୍ତେ ଖୋଲୁଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶ।।ଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମସୁଧା କରୁଥିବା ଜଣାପଡିଛି । ଫେମା (ବିଦେଶୀ ମୁଦ୍ରା ପରିଚାଳନା) ଆଇନ ଓ ପିଏମଏଲଏ (ମନି ଲଣ୍ଡରିଂ ନିରୋଧ) ଆଇନ ଅନୁଯାୟୀ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜ କରାଯାଇପାରେ ବୋଲି ଇଡିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ମୁମ୍ବାଇ ପୁଲିସ କୁନ୍ଦ୍ରାଙ୍କୁ ଜୁଲାଇ ୨୦ରେ ଗିରଫ କରିସାରିଛି । କୁନ୍ଦ୍ରାଙ୍କ ସମେତ ତାଙ୍କର ଏକାଧିକ ସହଯୋଗୀ ଓ ଅଭିନେତ୍ରୀ ପତ୍ନୀ ଶିଳ୍ପା ସେଟ୍ଟିଙ୍କୁ ଜେରା କରାଯିବାପରେ ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ଏଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ପାଇଛନ୍ତି । କୁନ୍ଦ୍ରାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହଟ୍‌ସସଟ୍‌ସ ଆପ୍‌ରେ ୨୦ ଲକ୍ଷ ଗ୍ରାହକ ରହିଛନ୍ତି ।

ଗତବର୍ଷ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ୍ ଏହି ଆପ୍‌କୁ ବାତିଲ କରିବାପରେ କୁନ୍ଦ୍ରାଙ୍କ ବ୍ୟବସାୟ ଟିକେ ମାନ୍ଦା ପଡିଥିଲା । ଏହାସତ୍ତ୍ୱେ କୁନ୍ଦ୍ରା ୨୦୧୯ ଅଗଷ୍ଟରୁ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଏହି ର‌୍ୟାକେଟ ଜରିଆରେ ମାସିକ ୪୦୦୦ରୁ ୧୦,୦୦୦ ପାଉଣ୍ଡ (ବ୍ରିଟିଶ ମୁଦ୍ରା) ଉପାର୍ଜନ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି । କୁନ୍ଦ୍ରା ଏହି ଅର୍ଥକୁ ବେଟିଂରେ ବିନିଯୋଗ କରୁଥିବା ଜଣାପଡିଛି । କ୍ରାଇମ ବ୍ରାଞ୍ଚ ଟିମ୍ ଶୁକ୍ରବାର ଶିଳ୍ପାଙ୍କ ଜୁହୁସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ୬ ଘଣ୍ଟା ଜେରା କରିଛନ୍ତି । ସ୍ୱାମୀଙ୍କ ଏହି ପର୍ଣ୍ଣ କାରବାର ସହ ଶିଳ୍ପାଙ୍କ ସିଧାସଳଖ ସଂପୃକ୍ତି  ନଥିଲେ ସୁଦ୍ଧା ଶିଳ୍ପା ଅଳ୍ପବହୁତେ ଏ ସମ୍ପର୍କରେ ଅବଗତ ଅଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ମୁମ୍ବାଇର ଏକ ଅଦାଲତ ଶୁକ୍ରବାର କୁନ୍ଦ୍ରାଙ୍କ ହାଜତ ମିଆଦ ଜୁଲାଇ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟରେ କୁନ୍ଦ୍ରାଙ୍କ ଓକିଲ ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲେ ଯେ ହଟ୍‌ସଟ୍‌ସରେ ଉପଲବ୍ଧ ବିଷୟବସ୍ତୁ ପର୍ଣ୍ଣଗ୍ରାଫି ନୁହେଁ ।

ନେଟ୍‌ଫ୍ଲିକ୍ସ  ଭଳି ଅନ୍ୟ ଓଟିଟି ପ୍ଲାଟଫର୍ମରେ ମଧ୍ୟ ଏଭଳି ବିଷୟବସ୍ତୁ ପ୍ରସାରିତ ହେଉଥିବା ସେ ଦର୍ଶାଇଥିଲେ । ତେଣୁ ଆଇଟି ଆଇନର ଧାରା ୬୭ କୁନ୍ଦ୍ରାଙ୍କ ପାଇଁ ଲାଗୁ ହେବା ଅନୁଚିତ ବୋଲି ଓକିଲ ଅଦାଲତଙ୍କୁ ଜଣାଇଥିଲେ । ପୁଲିସ ଇତିମଧ୍ୟରେ କୁନ୍ଦ୍ରାଙ୍କ ୭.୫ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ସିଲ୍ କରିସାରିଥିବାବେଳେ ଆଗାମୀ ଦିନରେ ୟେସ୍ ବ୍ୟାଙ୍କ୍ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଆଫ୍ରିକାରେ ଥିବା ତାଙ୍କ ଆକାଉଣ୍ଟକୁ ଯାଞ୍ଚ କରିବାର ଯୋଜନା ରହିଛି । ପୁଲିସ ତଦନ୍ତ ଆରମ୍ଭ ହେବାପରେ ହଟ୍‌ସସଟ୍‌ସ ସମ୍ପର୍କିତ ସମସ୍ତ ତଥ୍ୟ ନିଜ ନିଜର ମୋବାଇଲରୁ ହଟାଇଦେବାକୁ କୁନ୍ଦ୍ରା କୁଆଡେ ନିଜର ସହଯୋଗୀଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି । କୁନ୍ଦ୍ରା ଇତିମଧ୍ୟରେ ବମ୍ବେ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking