ଭୁବନେଶ୍ୱର : କିଛି ଲୋକ ଅଛନ୍ତି ଯାହାଙ୍କର ଅଳ୍ପ ସମୟ ଭିତରେ କଥା ଭୁଲିଯିବାର ଏକ ରୋଗ ଥାଏ । ଲୋକେ ଏହାକୁ ଅତି ସହଜରେ ଗ୍ରହଣ କରି ନିଅନ୍ତି । ଯାହା କ୍ରମେ ବହୁତ ବଡ଼ ସମସ୍ୟାରେ ପରିଣତ ହୋଇଥାଏ । ଏହା ସ୍ମରଣ ଶକ୍ତିକୁ କ୍ରମେ କମେଇ ଦେଇଥାଏ । ଯାହା କାଳକ୍ରମେ ଏହା ଏକ ରୋଗରେ ପରିଣତ ହୋଇଥାଏ । ଏଥି ପ୍ରତି ସମୟ ଥାଉ ଥାଉ ସଜାଗ ହେବା ନିତ୍ୟାନ୍ତ ଆବଶ୍ୟକ । ବୟସ ବଢିବା ସଂଗେ ସଂଗେ ସ୍ମରଣ ଶକ୍ତି କମିଯାଏ । ହେଲେ କିଛି ଲୋକଙ୍କ ସ୍ମରଣ ଶକ୍ତି ଅଳ୍ପ ବୟସରେ ମଧ୍ୟ କମି ଯିବାର ଦେଖାଯାଏ । ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇବା । ଆସନ୍ତୁ ଜାଣିବା କଣ ସେହି ଜିନିଷ ।
ଅଖରୋଟ :
ମସ୍ତିସ୍କ ପାଇଁ ଓମେଗା ଫାଟି ଏସିଡ ଜରୁରୀ ହୋଇଥାଏ ।ଯଦି ଆପଣ ପ୍ରତିଦିନ ଗୋଟେ ଅଖରୋଟ ସେବନ କରିଛନ୍ତ ତେବେ ଆପଣଙ୍କ ସ୍ମରଣ ଶକ୍ତି ମଜବୁତ ରହିବ ।
ଦେଶୀ ଘିଅ :
ଦେଶୀ ଘିଅର ବ୍ୟବହାର ପ୍ରାଚୀନ ସମୟରୁ ହୋଇ ଆସୁଛି । ଯଦି ଆପଣ ଦୈନିକ ୧ ଚାମଚ ଦେଶୀ ଘିଅ ଖାଉଛନ୍ତି, ତେବେ ଆପଣଙ୍କ ସ୍ମରଣ ଶକ୍ତି ମଜବୁତ ରହିବ ।
ଚା ଓ କଫି :
ବହୁତ ଲୋକ ଚା ଓ କଫି ପିଇବାକୁ ମନ କରିଥାନ୍ତି । ହେଲେ ଆପଣ ଦିନରେ ୩ ଥର ଚା ଓ କଫି ସେବନ କରି ପାରିବେ । ଏହା ଦ୍ୱାରା ଆପଣଙ୍କ ଥକାପଣ ଦୂର ହେବ ଓ ସ୍ମରଣ ଶକ୍ତି ମଜବୁତ ରହିବ ।