33.1 C
Bhubaneswar
Saturday, April 27, 2024
Homeଖେଳଆର୍ଚେରୀ ବିଶ୍ୱକପ୍ ଷ୍ଟେଜ୍‌-୩: ପଦକ ପକ୍କାକଲେ ଅଭିଷେକ-ଜ୍ୟୋତି

ଆର୍ଚେରୀ ବିଶ୍ୱକପ୍ ଷ୍ଟେଜ୍‌-୩: ପଦକ ପକ୍କାକଲେ ଅଭିଷେକ-ଜ୍ୟୋତି

ପ୍ୟାରିସ: ଏଠାରେ ଚାଲିଥିବା ଆର୍ଚେରୀ ବିଶ୍ୱକପ୍ ଷ୍ଟେଜ୍‌-୩ରେ ଶୁକ୍ରବାର ଭାରତ ପାଇଁ ଦ୍ୱିତୀୟ ପଦକ ସୁନିଶ୍ଚିତ କରିଛନ୍ତି ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା । ଏହି ଯୋଡ଼ି ମିକ୍ସଡ ଟିମ୍ ଫାଇନାଲ୍‌ରେ ପ୍ରବେଶ କରି ଅତି କମ୍‌ରେ ରୌପ୍ୟ ପଦକ ସୁନିଶ୍ଚିତ କରିଛି । ଗୁରୁବାର ପ୍ରତିଯୋଗିତାରେ ଦୀପିକା କୁମାରୀ ଓ ତାଙ୍କ ସାଥୀ ପ୍ରତିଯୋଗୀମାନେ ରିକର୍ଭ ମହିଳା ଟିମ୍ ଇଭେଣ୍ଟ୍ ଫାଇନାଲ୍‌ରେ ପ୍ରବେଶ କରି ଦେଶ ପାଇଁ ପ୍ରଥମ ପଦକ ନିଶ୍ଚିତ କରିଥିଲେ । ଏହାର ଦିନକ ପରେ ଅଭିଷେକ-ଜ୍ୟୋତି ଯୋଡ଼ି ସେମିଫାଇନାଲ୍ ମୁକାବିଲାରେ ଇସ୍ତୋନିଆର ରବିନ୍ ଜାଟମା ଓ ଲିସେଲ୍ ଜାଟମା ଯୋଡ଼ିକୁ ୧୫୬-୧୫୧ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଶନିବାର ଫାଇନାଲ୍‌ରେ ଏହି ଯୋଡ଼ିର ମୁକାବିଲା ଫ୍ରାନ୍ସର ପଞ୍ଚମ ସିଡ୍ ଯୋଡ଼ି ସହ ହେବ ।

ସେହିପରି ପାଖାପାଖି ୭ ମାସ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଜ୍ୟୋତି ବ୍ୟକ୍ତିଗତ ପଦକ ହାସଲର ନିକଟବର୍ତ୍ତୀ ମଧ୍ୟ ହୋଇଛନ୍ତି । ବିଶ୍ୱ ର‌୍ୟାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନରେ ଥିବା ଜ୍ୟୋତି ବ୍ୟକ୍ତିଗତ ଇଭେଣ୍ଟ୍ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ପୂର୍ବରୁ ଅଭିଷେକ-ଜ୍ୟୋତି ଯୋଡ଼ି କ୍ୱାର୍ଟର୍ ଫାଇନାଲ୍‌ରେ ଏଲ୍ ସାଲଭାଡୋର୍‌ର ରୋବର୍ଟୋ ହର୍ଣ୍ଣାଣ୍ଡେଜ୍‌-ସୋଫିଆ ପେଜ୍ ଯୋଡ଼ିଠାରୁ କଡ଼ା ଟକ୍କର ପାଇଥିଲେ ମଧ୍ୟ ଶେଷରେ ବିଜୟୀ ହୋଇଥିଲା । ତେବେ ମିକ୍ସଡ ରିକର୍ଭ ବର୍ଗରେ ଭାରତକୁ ନିରାଶ କରିଛନ୍ତି ତରୁଣଦୀପ ରାଏ-ଅଙ୍କିତା ଭକତ ଯୋଡ଼ି । ଏହି ଯୋଡ଼ି ପ୍ରଥମ ରାଉଣ୍ଡ୍‌ରେ କଜାଖ୍‌ସ୍ତାନ ଯୋଡ଼ିଠାରୁ ୪-୫ରେ ପରାସ୍ତ ହୋଇ ସଅଳ ବିଦାୟ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking