29.1 C
Bhubaneswar
Monday, August 15, 2022
Homeଖେଳଅଣ୍ଡର୍‌-୨୩ ପଞ୍ଚରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍‌: ଆମେରିକାକୁ ୪-୧ରେ ହରାଇଲା ଭାରତ

ଅଣ୍ଡର୍‌-୨୩ ପଞ୍ଚରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍‌: ଆମେରିକାକୁ ୪-୧ରେ ହରାଇଲା ଭାରତ

ଡବଲିନ୍‌: ଏଠାରେ ଚାଲିଥିବା ୟୁନିଫର୍ ଅଣ୍ଡର୍‌-୨୩ ପଞ୍ଚରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟ୍‌ରେ ଗୁରୁବାର ଭାରତୀୟ ମହିଳା ଦଳ ଆମେରିକା ବିପକ୍ଷରେ ୪-୧ ଗୋଲ୍‌ରେ ସହଜସାଧ୍ୟ ବିଜୟ ଲାଭ କରିଛି । ଦଳର ଏହି ଲିଗ୍ ପର୍ଯ୍ୟାୟ ଅନ୍ତିମ ମ୍ୟାଚ୍‌ରେ ଭାରତ ପକ୍ଷରୁ ୪୯ତମ ଓ ୫୨ତମ ମିନିଟ୍‌ରେ ଅନୁ ଡବଲ୍ ଗୋଲ୍ କରିଥିଲେ । ଏହାଛଡ଼ା ୪୮ତମ ମିନିଟ୍‌ରେ ଓଡ଼ିଆ ଖେଳାଳି ନିକିତା ଟପ୍ପୋ ଓ ୫୮ତମ ମିନିଟ୍‌ରେ ବୈଷ୍ଣବୀ ଫାଲ୍‌କେ ଗୋଲ୍ ଦେବାରେ ସକ୍ଷମ ହୋଇଥିଲେ । ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ଏକମାତ୍ର ଗୋଲ୍‌ଟି ମ୍ୟାଚ୍‌ର ୪୬ତମ ମିନିଟ୍‌ରେ ହାନ୍ନାହ ମିଲର୍ ସ୍କୋର୍ କରିଥିଲେ । ମ୍ୟାଚ୍‌ର ପ୍ରଥମ ୧୦ ମିନିଟ୍ ଖେଳରେ ଭାରତକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର୍ ମିଳିଥିଳା । ଏହାର ଫାଇଦା ଯଦିଓ ଭାରତୀୟ ଖେଳାଳିମାନେ ଉଠାଇପାରି ନ ଥିଲେ, କିନ୍ତୁ ପ୍ରଥମ ୧୫ ମିନିଟ୍‌ର ଖେଳରେ ସେମାନେ ପ୍ରତିପକ୍ଷ ଖେଳାଳିଙ୍କ ଉପରେ ଚାପ ପ୍ରୟୋଗ କରିବାରେ ସକ୍ଷମ ହୋଇଥିଲେ ।

ଦ୍ୱିତୀୟ କ୍ୱାର୍ଟର୍‌ରେ ଭାରତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଦ୍ୱିତୀୟ ପେନାଲ୍‌ଟି କର୍ଣ୍ଣର୍ ହାସଲ କରିଥିଲା । କିନ୍ତୁ ଏହା ମାଧ୍ୟମରେ ମଧ୍ୟ ଭାରତ ଅଗ୍ରଣୀ ହାସଲ କରିବାରୁ ବଞ୍ଚିତ ହୋଇଥିଲା । ବରଂ ଏହି ୧୫ ମିନିଟ୍‌ର ଖେଳରେ ଆମେରିକା ପ୍ରଥମ ପେନାଲ୍‌ଟି କର୍ଣ୍ଣର୍ ଅର୍ଜନ କରିଥିଲା । ତେବେ ଭାରତ ପରି ଏହି ଦଳ ମଧ୍ୟ ଏହାର ଫାଇଦା ନେବାରେ ସକ୍ଷମ ହୋଇପାରି ନ ଥିଲା । ତୃତୀୟ କ୍ୱାର୍ଟର୍‌ଟି ମଧ୍ୟ ବିନା ଗୋଲ୍‌ରେ ଶେଷ ହୋଇଥିଲା । କିନ୍ତୁ ଚତୁର୍ଥ କ୍ୱାର୍ଟର୍‌ଟି ବେଶ୍ ଘଟଣାବହୁଳ ରହିଥିଲା । ଆମେରିକା ପେନାଲ୍‌ଟି କର୍ଣ୍ଣର୍‌ରୁ ଗୋଲ୍ ସ୍କୋର୍ କରି ଆଗୁଆ ରହିଥିଲା । ତେବେ ୪୮ତମ ମିନିଟ୍‌ରେ ନିକିତା ସ୍ଥିତିକୁ ବରାବର କରିଦେଇଥିଲେ । ଏହାପରେ ଅନୁଙ୍କ ଡବଲ୍ ଗୋଲ୍ ଓ ବୈଷ୍ଣବୀଙ୍କ ଅନ୍ତିମ ଗୋଲ୍ ମାଧ୍ୟମରେ ଭାରତ ମ୍ୟାଚ୍‌ର ଫଳାଫଳ ନିଜ ସପକ୍ଷରେ କରାଇପାରିଥିଲା । ଏଥିସହ ଦଳ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହିଛି । ପୂର୍ବରୁ ଦଳ ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡ୍‌କୁ ୪-୧ରେ ପରାସ୍ତ କରିବା ସହ ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌କୁ ୨-୨ରେ ଟାଇ ରଖିଥିଲା । ଏହାପରେ ବୁଧବାର ଦଳ ୟୁକ୍ରେନ୍‌କୁ ବେଶ୍ ସହଜରେ ୩-୦ରେ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking