29.1 C
Bhubaneswar
Saturday, July 27, 2024
Homeଓଡିଶାପୁଣି ଏଆଇ ଧରିଲା ମାଟ୍ରିକ ତ୍ରୁଟି

ପୁଣି ଏଆଇ ଧରିଲା ମାଟ୍ରିକ ତ୍ରୁଟି

ଓଡିଶା : ପୁଣି ଏଆଇ ଓ ସିସିଟିଭି ସର୍ଭେଲାନ୍ସରେ ଧରା ପଡିଲା ମାଟ୍ରିକ୍ ପରୀକ୍ଷା ତ୍ରୁଟି । ତ୍ରୁଟି ନେଇ ସୂଚନା ଜାରୀ କଲା ବି ଏସ ଇ କମାଣ୍ଡ କଣ୍ଟ୍ରୋଲ ରୁମ୍ । ଭଦ୍ରକ ଓ ଯାଜପୁର ଜିଲ୍ଲାର ୨ ଟି ଲେଖାଏଁ ସ୍କୁଲରେ ତ୍ରୁଟି ଧରାପଡିଲା । କେନ୍ଦୁଝର , ନବରଙ୍ଗପୁର ଓ ଗଜପତିର ଗୋଟିଏ ଲେଖାଏଁ ସ୍କୁଲରେ ତ୍ରୁଟି ଧରା ପଡିଛି । ଭଦ୍ରକ ଜିଲ୍ଲାରେ ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଶ୍ନପତ୍ର ଖୋଲିବା ଜଣାପଡିଛି । ଯାଜପୁରରେ ପ୍ରଧାନ ଶିକ୍ଷକଙ୍କ ଚାମ୍ବରରେ ପ୍ରଶ୍ନପତ୍ର ଆଗୁଆ ଖୋଲାଯାଇଛି । ଆଉ କେତେକ ସ୍ଥାନରେ ପରୀକ୍ଷାର୍ଥୀ କପି କରିବାର ପ୍ରମାଣ ମିଳିଛି । ଏନେଇ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ , ଇନଭିଜିଲେଟରଙ୍କୁ ବୋର୍ଡ ପକ୍ଷରୁ ଚେତାବନୀ ଦିଆଯାଇଛି । ଏନେଇ ମାଟ୍ରିକ ପରୀକ୍ଷା ତ୍ରୁଟି ନେଇ ବଦଳିଲେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ । କେନ୍ଦୁଝର ସାହରପଡା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବଦଳିଲେ । ବୋର୍ଡ ନିର୍ଦ୍ଦେଶରେ ବଦଳିଥିବା କହିଲେ ଜିଲ୍ଲା ଶିକ୍ଷାଧିକାରୀ । ହାଟଡିହି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିସ୍ ହୋଇଛି । ଏନେଇ କେନ୍ଦୁଝରରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗରେ ତଦନ୍ତ ଚାଲିଛି କହିଲେ ଅଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking