30.1 C
Bhubaneswar
Monday, May 6, 2024
Homebuisnessପୁଣି ଭାରତର ୧ ନମ୍ବର ଧନୀ ହେଲେ ମୁକେଶ ଅମ୍ବାନୀ, ଆଦାନୀ ହରାଇଲେ ୧୩ ବିଲୟନ...

ପୁଣି ଭାରତର ୧ ନମ୍ବର ଧନୀ ହେଲେ ମୁକେଶ ଅମ୍ବାନୀ, ଆଦାନୀ ହରାଇଲେ ୧୩ ବିଲୟନ ଡଲାର

ନୁଆଦିଲ୍ଲୀ: ଭାତରେ ଆଜି ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ବଜେଟ୍ ଉପସ୍ଥାପନ ହେଉଥିବା ବେଳେ ଅନ୍ୟପଟେ ବିଶ୍ୱ କୋଟିପତି ମାନଙ୍କର ତାଲିକା ପ୍ରକାଶ ପାଇଥିଲା। ଏଥିରେ ବିଶ୍ୱର ବଡ଼ ବଡ଼ ଧନୀଙ୍କ ସମ୍ପତି ତାଲିକାରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ଆମେରିକାର ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗ ରିପୋର୍ଟ ପ୍ରାକଶ ପାଇବା ପରେ ଭାରତର ବିତ୍ତଶାଳୀ ବ୍ୟକ୍ତି ଗୌତମ ଆଦାନୀଙ୍କୁ ଯେଉଁ ଝଟକା ଲାଗିଛି, ନିକଟ ଭବିଷ୍ୟତରେ ସେ ଏଥିରୁ ମୁକୁଳି ପାରିବେ ବୋଲି ଆଶା କରାଯାଉ ନାହିଁ। ବୁଧବାର ଆଦାନିଙ୍କ ସମ୍ପତ୍ତିରେ ପୁଣି ହ୍ରାସ ପାଇବା ସହିତ ସେ ବିଶ୍ୱର ଧନୀ ତାଲିକାରେ ଖସି ୧୫ ତମ ସ୍ଥାନରେ ପହଞ୍ଚିଛନ୍ତି।

୨୪ ଜାନୁଆରୀରେ ହିଣ୍ଡେନ୍‌ବର୍ଗ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ସାମ୍ରାଜ୍ୟରେ ଏହି ସୁନାମୀ ଆସିଛି। ଯେଉଁ ରିପୋର୍ଟରେ ଆଦାନୀ ସମୁହ ଋଣ ଭାରରେ ବୁଡ଼ିି ରହିଥିବା କୁହାଯାଇଥିଲା। ଏବଂ କମ୍ପାନୀର ମୂଳଦୁଆ ସୁଦୃଢ଼ ନଥିବାରୁ ଏହାର ବଜାର ମୁଲ୍ୟ ପ୍ରାୟ ୮୦ ପ୍ରତିଶତ ହ୍ରାସ ପାଇବ ବୋଲି ହିଣ୍ଡେନ୍‌ବର୍ଗ କହିଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀଙ୍କ ସମ୍ପତି ତାଲିକ ଦୈନିକ ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ଆଦାନୀ ଟପ-୧୦ରୁ ବାହାର ହୋଇଥିବା ବେଳେ ଆଜି ସେ ୧୫ ତମ ସ୍ଥାନରେ ପହଞ୍ଚିଛନ୍ତି। ଗତ ୨୪ ଘଣ୍ଟାରେ ଆଦାନୀଙ୍କ ସମ୍ପତିରେ ୧୩.୧ ବିଲିୟନ ଡଲାର ହ୍ରାସ ପାଇବା ସହ ୭୫.୧ ବିଲୟନ ଡଲାରକୁ ଖସି ଆସିଛି।

ଧନୀ ତାଲିକାରେ ଏହି ତଳ ଉପର ମଧ୍ୟରେ ଆଦାନୀ ଯେତେବେଳେ ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକା ବାଦ୍ ପଡ଼ିଛନ୍ତି, ଏହି ସମୟରେ ଭାରତର ଅନ୍ୟତମ ଧନୀ ମୁକେଶ ଅମ୍ବାନୀ ଶ୍ରେଷ୍ଠ ୧୦ ତାଲିକାରେ ସାମିଲ ହୋଇଛନ୍ତି। ମୁକେଶ ଅମ୍ବାନୀ ୮୩.୭ ବିଲିୟନ ଡଲାର ସହିତ ବିଶ୍ୱର ଧନୀ ବ୍ୟକ୍ତି ତାଲିକାରେ ନବମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରେଷ୍ଠ -୧୦ ଧନିକଙ୍କ ତାଲିକା ଦେଖିବାକୁ ଗଲେ ବର୍ତ୍ତମାନ ୨୧୪ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବର୍ନାର୍ଡ ଆର୍ନାଲ୍ଟ ବିଶ୍ବର ୧ନଂ ଧନୀ ହୋଇ ରହିଛନ୍ତି। ତାଙ୍କ ପଛକୁ ୧୭୮.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଏଲନ୍ ମସ୍କ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ସହ ୧୨୬.୩ ବିଲିୟନ ଡ଼ଲାର୍ ସମ୍ପତ୍ତି ସହିତ ଜେଫ୍ ବେଜୋସ୍ ତୃତୀୟ ସ୍ଥାନରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking