38.1 C
Bhubaneswar
Friday, April 26, 2024
Homeଓଡିଶାଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ,

ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ,

ଛତ୍ରପୁର :କରୋନା ଯୋଦ୍ଧାଙ୍କର ହେଲା ମୃତ୍ୟୁ । କ୍ୱାରେଣ୍ଟାଇନ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି । ସେ ସପ୍ତାହେ ଧରି ଥଣ୍ଡା , କାଶରେ ପିଡ଼ୀତ ଥିଲେ । ତଥାପି ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ସେ କାର୍ଯ୍ୟ କରୁଥିଲେ । ଆଜି ସେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ସମ୍ପର୍କୀୟମାନେ ବୁଗୁଡ଼ା ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ମୃତ୍ୟୁ ପ୍ରତିବାଦରେ ସମ୍ପର୍କୀୟମାନେ ତାଙ୍କ ମୃତ ଦେହକୁ ବୁଗୁଡ଼ା ମୁଖ୍ୟ ରାସ୍ତାରେ ରଖି ପ୍ରତିବାଦ କରିଥିଲେ ।
ସୂଚନା ଅନୁଯାୟୀ , ଅଙ୍ଗନବାଡ଼ି ଦିଦି ଜଣକ ବୁଗୁଡ଼ା ଅନ୍ତର୍ଗତ ଖୋଲଖାଳି କ୍ୱାରେଣ୍ଟାଇନ କେନ୍ଦ୍ରରେ କାମ କରୁଥିଲେ ।ସେ ସପ୍ତାହେ ଧରି ଥଣ୍ଡା , କାଶରେ ପିଡ଼ୀତ ଥିଲେ । ତଥାପି ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ସେ କାର୍ଯ୍ୟ କରୁଥିଲେ ।
ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୦୬୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୨୮ ଜଣ ସୁସ୍ଥ ହୋଇଛନ୍ତି । ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୧୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking