39.1 C
Bhubaneswar
Wednesday, April 24, 2024
Homeଓଡିଶାକଟକରେ ଆଉ ୧୧ କରୋନା ପଜିଟିଭ ଚିହ୍ନଟ

କଟକରେ ଆଉ ୧୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ କଟକରେ ବି କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେମାନଙ୍କ ମଧ୍ୟରୁ ୫ ଜଣ ସରକାରୀ କ୍ୱାରେଣ୍ଟିନ ରୁ ବାହାରିଥିବା ବେଳେ ୬ ଜଣ ହୋମ୍ କ୍ୱାରେଣ୍ଟିନରୁ ବାହାରିଛନ୍ତି । କ୍ୟାନସର ହସ୍ପିଟାଲର ୫ ରୋଗୀ ଏବଂ ସଂପର୍କୀୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ହୋମ୍ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ୬ ଜଣ ଏକ ଘରୋଇ ହସ୍ପିଟାଲର କର୍ମଚାରୀ । ଏହାକୁ ମିଶାଇ କଟକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଂଚିଥିବା ବେଳେ ୨୨ ଜଣ ସୁସ୍ଥ ହୋଇଛନ୍ତି । ଆଉ ଏବେ ବି ୯୨ଟି ଆକ୍ଟିଭ କେସ ରହିଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି ରାଜ୍ୟରେ ୨୪ ଟି ଜିଲ୍ଲାରୁ ୪୯୫ଟି କରୋନା ପଜିଟଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୩୫୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୪୦ଟି କେସ୍ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏଥିସହ ରାଜ୍ୟରେ ଆଜି ଆଉ ୫ ଜଣ କରୋନାରେ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ମୃତ୍ୟୁବରଣ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆଖି ବୁଜିଛନ୍ତି । ଆଜିର ଚିହ୍ନଟ ହୋଇଥିବା ପଜିଟିଭ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ୮୬୦୧ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି ।ସେଥିମଧ୍ୟରୁ ୫୭୦୫ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୮୫୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking