34.1 C
Bhubaneswar
Thursday, April 25, 2024
Homeଓଡିଶା୨ ଆଇଏଏସ୍‌ଙ୍କ ସହ ୬ ଓଏସ ଗଲେ ଗଞ୍ଜାମ

୨ ଆଇଏଏସ୍‌ଙ୍କ ସହ ୬ ଓଏସ ଗଲେ ଗଞ୍ଜାମ

ଗଞ୍ଜାମ : ଗଞ୍ଜାମରେ କରୋନା ପରିସ୍ଥିତି ଏବେ ଚିନ୍ତା ବଢାଉଛି । ଏହି ସ୍ଥିତି ସମ୍ଭାଳିବା ପାଇଁ ଆଜି ଗଞ୍ଜାମ ପାଇଁ ୨ ଜଣ ଆଇଏଏସ୍‌ଙ୍କ ସହ ୬ ଜଣ ଓଏଏସ୍ ନିଯୁକ୍ତି ହୋଇଛନ୍ତି । ଏହି ୬ ଜଣ ଓଏଏସ୍ କରୋନା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ଓଏଏସ୍ ଅଫିସର ସୁଧାକର ନାୟକ , ଲୋକନାଥ ଦଳ ବେହେରା , ପଦ୍ମନାଭ ବେହେରା , ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ଶୁଭେନ୍ଦ୍ର କୁମାର ସାମଲ ଗଞ୍ଜାମ ଯାଇଛନ୍ତି । ଏଥିସହ ଆଜି ୨ ଜଣ ଏଡିଏମ ମଧ୍ୟ ଗଞ୍ଜାମ ପାଇଁ ନିଯୁକ୍ତି ପାଇଛନ୍ତି । ସେମାନେ ହେଲେ ପାରୁଲ ପଟ୍ଟୱାରୀ ଏବଂ ଭିଶାଲ ସିଂ ।


ଗଞ୍ଜାମରେ କରୋନା ପରିସ୍ଥିତି ଏବେ ଚିନ୍ତା ବଢାଉଛି । ଏହି ସ୍ଥିତି ସମ୍ଭାଳିବା ପାଇଁ ଆଜି ଆଜି ୩ ମୃତ୍ୟୁ ପରେ ଜିଲ୍ଲରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୦୬୬ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୨୮ ଜଣ ସୁସ୍ଥ ହୋଇଛନ୍ତି । ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯୧୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking