35.1 C
Bhubaneswar
Saturday, May 4, 2024
Homeଓଡିଶାଅମୃତ ମହୋତ୍ସବ’ ପାଳନ କରି ଆମେ ଗର୍ବିତ : ସମୀର ମହାନ୍ତି

ଅମୃତ ମହୋତ୍ସବ’ ପାଳନ କରି ଆମେ ଗର୍ବିତ : ସମୀର ମହାନ୍ତି

ରାଜ୍ୟ କାର୍ଯ୍ୟାଳୟରେ ୭୫ତମ ସ୍ୱାଧୀନତା ଦିବସ ପାଳିତ

କରୋନାସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇଲେ

 କୋଭିଡ୍ ଟୀକା ଉଦ୍ଭାବନ କରି ଇତିହାସ ସୃଷ୍ଟି କରିଥିବାରୁ ସମସ୍ତ ବୈଜ୍ଞାନିମାନଙ୍କୁ କୃତଜ୍ଞତା ଜ୍ଞାପନ

 କ୍ରୀଡା ମହାକୁମ୍ଭ ଅଲମ୍ପିକ କ୍ରୀଡାରେ ଦେଶର ମାନ ରଖିଥିବା ସମସ୍ତ କ୍ରଡାବିତମାନଙ୍କୁ କୃତଜ୍ଞତା ଜ୍ଞାପନ

 କେନ୍ଦ୍ର ସରକାରଙ୍କ ସମସ୍ତ ଗରୀବ ଓ ଜନକଲ୍ୟାଣ ଯୋଜାନକୁ ସଫଳତାର ସହ କ୍ରୀୟାନ୍ୱୟନ କରି ରାଜ୍ୟବାସୀଙ୍କୁ ଲାଭାନ୍ୱିତ କରନ୍ତୁ ରାଜ୍ୟ ସରକାର

ଭୁବନେଶ୍ୱର : ଅଗଷ୍ଟ ୧୪ ତାରିଖକୁ ପ୍ରଥମ ଥର ପାଇଁ ଦେଶ ବିଭାଜନର ବିଭୀଷିକା ଦିବସ ଭାବେ ପାଳନ କରାଯାଇଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷକୁ ଅମୃତ ମହୋତ୍ସବ ଦିବସ ଭାବେ ପାଳନ କରିବା ପାଇଁ ସମଗ୍ର ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଅମୃତ ମହୋତ୍ସବ ପାଳନ କରି ଆମେ ସମସ୍ତେ ନିଶ୍ଚିତ ଭାବେ ଗର୍ବିତ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଖୁସି ବ୍ୟକ୍ତ କରି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଜାତୀୟ ପତାକା ଉତୋଳନ କରିବା ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେପକାଇଥିଲେ । କରୋନା ସଙ୍କଟ ସମୟରେ ରାଜ୍ୟବାସୀ ନିଜର ଧୈର୍ଯ୍ୟ ପ୍ରଦର୍ଶନ କରିଥିବାରୁ ରାଜ୍ୟବାସୀଙ୍କୁ ଶ୍ରୀ ମହାନ୍ତି ସାଧୁବାଦ ଦେବା ସହ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି । ସେହିପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମାତ୍ର ୯ ମାସ ଭିତରେ ମହାମାରୀ କରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ କୋଭିଡ୍ ଟୀକା ଉଦ୍ଭାବନ କରି ଇତିହାସ ସୃଷ୍ଟି କରିଥିବାରୁ ସମସ୍ତ ବୈଜ୍ଞାନିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କ୍ରୀଡା ମହାକୁମ୍ଭ ଅଲମ୍ପିକ କ୍ରୀଡାରେ ଦେଶର ମାନ ରଖିଥିବା ସମସ୍ତ କ୍ରଡାବିତମାନଙ୍କୁ ମଧ୍ୟ ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଜ୍ୟର ୪.୫ କୋଟି ଓଡିଆଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣମୂଳକ ଯୋଜନା ଆଜି ଅଧାପନ୍ତରିଆ ଭାବେ ରହିଯାଇଛି । କେନ୍ଦ୍ର ସରକାରଙ୍କ ସମସ୍ତ ଗରୀବ ଓ ଜନକଲ୍ୟାଣ ଯୋଜାନକୁ ସଫଳତାର ସହ କ୍ରୀୟାନ୍ୱୟନ କରି ରାଜ୍ୟବାସୀଙ୍କୁ ଲାଭାନ୍ୱିତ କରିବାକୁ ଶ୍ରୀ ମହାନ୍ତି ପୁଣି ଥରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ପତାକା ଉତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ପରେ ସମସ୍ତ କାର୍ଯ୍ୟକର୍ତା ମିଠା ବାଂଟି ପରସ୍ପରକୁ ସ୍ୱାଧୀନତା ଦିବସର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ପାର୍ଠୀର ବହୁ ନତେୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking