34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପେଟ୍ରୋଲ, ଡିଜେଲ ଉତ୍ପାଦ ଶୁକ୍ଳ ହ୍ରାସ କରିବେ କି  କେନ୍ଦ୍ର ସରକାର

ପେଟ୍ରୋଲ, ଡିଜେଲ ଉତ୍ପାଦ ଶୁକ୍ଳ ହ୍ରାସ କରିବେ କି  କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ହ୍ରାସ କରିବା ପାଇଁ ସେହି ଉତ୍ପାଦ ଶୁକ୍ଳରେ ହ୍ରାସ ପାଇଁ ମନା କରିଦେଇଛନ୍ତି ।  ସେ କହିଛନ୍ତି ପୂର୍ବରୁ ଇନ୍ଧନରେ ଦିଆଯାଇଥିବା ଅଧିକ ସବସିଡି ରେ ହେଉଥିବା ପେମେଣ୍ଟ ରେ ସରକାରଙ୍କ ହାତ ବନ୍ଧା ।
ୟୁପିଏ ସରକାର ୧.୪୪ ଲକ୍ଷ କୋଟି  ର ତୈଳ ବ୍ୟାଣ୍ଡ ଜାରି କରି ଇନ୍ଧନ ଦରରେ ହ୍ରାସ କରିଥିଲେ । ଅଏଲ  ବ୍ୟାଣ୍ଡ ପାଇଁ ଆମ ସରକାରଙ୍କ ଉପରେ ବୋଝ ପଡିଛି । ଏଥିପାଇଁ ଆମେ ପେଟ୍ରୋଲ ଡିଜେଲ ଦର କମ କରିପାରୁନାହିଁ ।
ସେ କହିଛନ୍ତି, ଗ୍ରାହକ ଚିନ୍ତିତ ହେବା ସ୍ୱାଭାବିକ । ଯେ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ସରକାର କିଛି ରାସ୍ତା ବାହାର ନକରିବେ, ଏହାର ସମାଧାନ ସମ୍ଭବ ନୁହେଁ । ସରକାର ଏହି ତୈଳ ବ୍ୟାଣ୍ଡ ପାଇଁ ଗତ ୫ ବର୍ଷରେ ୬୦ ହଜାର କୋଟିରୁ ଅଧିକ ପେମେଣ୍ଟ କରିଛନ୍ତି । ଆଉ ଏବେ ବି ୧.୩୦ ଲକ୍ଷ କୋଟି ଟଙ୍କା ବକେୟା ରହିଛି । ଆମକୁ ଏବେ ୨୦୨୬ ପର୍ଯ୍ୟନ୍ତ ୩୭ ହଜାର କୋଟି ସୁଧ ଦେବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking